ଆର୍ଏସ୍ଏସ୍ ମାନହାନି ମାମଲା, ତଳ କୋର୍ଟ ବିରୋଧରେ ହାଇକୋର୍ଟ ଗଲେ ରାହୁଲ ଗାନ୍ଧି
ମୁମ୍ବାଇ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ୨୦୧୪ରେ ରୁଜୁ ହୋଇଥିବା ଏକ ମାନହାନି ମାମଲାରେ ଭିୱାଣ୍ଡି ମାଜିଷ୍ଟ୍ରେଟ୍ କୋର୍ଟ ଆର୍ଏସ୍ଏସ୍ କର୍ମୀଙ୍କୁ ଅତି ବିଳମ୍ବରେ କିଛି କାଗଜପତ୍ର ଦାଖଲ କରିବାକୁ ଅନୁମତି ଦେଇଥିବାରୁ ରାହୁଲ ଏହା ବିରୋଧରେ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ରାହୁଲ ଦାବି କରିଛନ୍ତି ଯେ, ସେପ୍ଟେମ୍ବର ୨୦୨୧ରେ ହାଇକୋର୍ଟର ଅନ୍ୟ ଏକ ଖଣ୍ଡପୀଠର ଆଦେଶ ଅନୁଯାୟୀ ଜଷ୍ଟିସ୍ ରେବତୀ ମୋହିତ-ଡେରେ ଆର୍ଏସ୍ଏସ୍ କାର୍ଯ୍ୟକର୍ତ୍ତା ରାଜେଶ କୁନ୍ତେଙ୍କ ଆବେଦନକୁ ଖାରଜ କରିଦେଇଥିଲେ, ଯେଉଁଥିରେ […]
ମୁମ୍ବାଇ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ୨୦୧୪ରେ ରୁଜୁ ହୋଇଥିବା ଏକ ମାନହାନି ମାମଲାରେ ଭିୱାଣ୍ଡି ମାଜିଷ୍ଟ୍ରେଟ୍ କୋର୍ଟ ଆର୍ଏସ୍ଏସ୍ କର୍ମୀଙ୍କୁ ଅତି ବିଳମ୍ବରେ କିଛି କାଗଜପତ୍ର ଦାଖଲ କରିବାକୁ ଅନୁମତି ଦେଇଥିବାରୁ ରାହୁଲ ଏହା ବିରୋଧରେ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ରାହୁଲ ଦାବି କରିଛନ୍ତି ଯେ, ସେପ୍ଟେମ୍ବର ୨୦୨୧ରେ ହାଇକୋର୍ଟର ଅନ୍ୟ ଏକ ଖଣ୍ଡପୀଠର ଆଦେଶ ଅନୁଯାୟୀ ଜଷ୍ଟିସ୍ ରେବତୀ ମୋହିତ-ଡେରେ ଆର୍ଏସ୍ଏସ୍ କାର୍ଯ୍ୟକର୍ତ୍ତା ରାଜେଶ କୁନ୍ତେଙ୍କ ଆବେଦନକୁ ଖାରଜ କରିଦେଇଥିଲେ, ଯେଉଁଥିରେ ସେ ରାହୁଲ ଗାନ୍ଧିଙ୍କ ୨୦୧୪ ଭାଷଣକୁ ଲିଖିତ ରୂପେ ଦାଖଲ କରିବାକୁ ଚାହୁଥିଲେ। ମହାତ୍ମା ଗାନ୍ଧୀଙ୍କ ହତ୍ୟା ପାଇଁ ଆର୍ଏସ୍ଏସ୍ ଦାୟୀ ବୋଲି ରାହୁଲ କହିଥିବାରୁ ତାଙ୍କ ବିରୋଧରେ ଏହି ମାନହାନି ମାମଲା ରୁଜୁ ହୋଇଥିଲା। ଆଡଭୋକେଟ୍ କୁଶଲ ମୋରଙ୍କ ମାଧ୍ୟମରେ ଦାଖଲ ହୋଇଥିବା ଆବେଦନରେ ଗାନ୍ଧି ଦାବି କରିଛନ୍ତି ଯେ ଉକ୍ତ ନିର୍ଦ୍ଦେଶ ସତ୍ତ୍ବେ ମାଜିଷ୍ଟ୍ରେଟ୍ କୋର୍ଟ କୁନ୍ତେଙ୍କୁ ସମାନ ଦଲିଲ ଦାଖଲ କରିବାକୁ ଅନୁମତି ଦେଇଛନ୍ତି। ରାହୁଲ ତାଙ୍କ ପିଟିସନରେ ଏହା ମଧ୍ୟ କହିଛନ୍ତି ଯେ ସଂପୃକ୍ତ ଦଲିଲଗୁଡ଼ିକ ଅଭିଯୋଗର ଅଂଶ ନୁହଁ ଏବଂ ବର୍ତ୍ତମାନ ନଅ ବର୍ଷରୁ ଅଧିକ ସମୟ ପରେ ଏହା ପ୍ରସ୍ତୁତ କରାଯାଉଛି।




