ଆର୍ଏସ୍ଏସ୍ ବିରୋଧରେ ମନ୍ତବ୍ୟ ପାଇଁ ପ୍ରିୟଙ୍କ ଖଡ଼ଗେଙ୍କୁ ଲିଗାଲ ନୋଟିସ ପଠାଇଲେ ସ୍ୱେଚ୍ଛାସେବୀ
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ଜଣେ ସ୍ୱେଚ୍ଛାସେବୀ ପ୍ରାୟ ଦୁଇମାସ ପୂର୍ବେ କଂଗ୍ରେସ ନେତା ପ୍ରିୟଙ୍କ ଖଡ଼ଗେଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି। କର୍ଣ୍ଣାଟକର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଖଡ଼ଗେ ଏକ ନ୍ୟୁଜ୍ ଏଜେନ୍ସିକୁ ଦେଇଥିବା ସାକ୍ଷାତ୍କାରରେ ଆର୍ଏସ୍ଏସ୍କୁ ‘ଚରମ ମତାବଲମ୍ବୀ’ ଓ ‘ସମ୍ବିଧାନବିରୋଧୀ’ ବୋଲି ବର୍ଣ୍ଣନା କରିଥିଲେ। ଆର୍ଏସ୍ଏସ୍ ସ୍ୱେଚ୍ଛାସେବୀ ଏହି ଦାବିକୁ ଚ୍ୟାଲେଞ୍ଜ କରି ଏହାକୁ ମାନହାନିକାରକ ଓ ଭିତ୍ତିହୀନ ବୋଲି କହିଛନ୍ତି। ଆଇନଗତ ନୋଟିସରେ ଅଭିଯୋଗ କରାଯାଇଛି ଯେ, ଖଡ଼ଗେଙ୍କ […]
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ଜଣେ ସ୍ୱେଚ୍ଛାସେବୀ ପ୍ରାୟ ଦୁଇମାସ ପୂର୍ବେ କଂଗ୍ରେସ ନେତା ପ୍ରିୟଙ୍କ ଖଡ଼ଗେଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି। କର୍ଣ୍ଣାଟକର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଖଡ଼ଗେ ଏକ ନ୍ୟୁଜ୍ ଏଜେନ୍ସିକୁ ଦେଇଥିବା ସାକ୍ଷାତ୍କାରରେ ଆର୍ଏସ୍ଏସ୍କୁ ‘ଚରମ ମତାବଲମ୍ବୀ’ ଓ ‘ସମ୍ବିଧାନବିରୋଧୀ’ ବୋଲି ବର୍ଣ୍ଣନା କରିଥିଲେ। ଆର୍ଏସ୍ଏସ୍ ସ୍ୱେଚ୍ଛାସେବୀ ଏହି ଦାବିକୁ ଚ୍ୟାଲେଞ୍ଜ କରି ଏହାକୁ ମାନହାନିକାରକ ଓ ଭିତ୍ତିହୀନ ବୋଲି କହିଛନ୍ତି। ଆଇନଗତ ନୋଟିସରେ ଅଭିଯୋଗ କରାଯାଇଛି ଯେ, ଖଡ଼ଗେଙ୍କ ମନ୍ତବ୍ୟ ହେଉଛି ସୁଚିନ୍ତିତ ମିଥ୍ୟା। ୧୫ ଦିନ ମଧ୍ୟରେ ସେ କ୍ଷମା ମାଗିବାପାଇଁ ଏଥିରେ ଦାବି କରାଯାଇଛି। ନୋଟିସରେ ଚେତାବନୀ ଦିଆଯାଇଛି ଯେ, ଏହାକୁ ପାଳନ କରିବାରେ ବିଫଳ ହେଲେ ଖଡ଼ଗେଙ୍କ ବିରୋଧରେ ଦେୱାନୀ ଓ ଆପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଥାନେର ବାସିନ୍ଦା ବିବେକ ଚମ୍ପାନେରକର ଏହି ନୋଟିସ ପଠାଇଛନ୍ତି, ଯିଏକି ପୂର୍ବରୁ ଆର୍ଏସ୍ଏସ୍ କିମ୍ବା ଏହାର ସହଯୋଗୀ ସଂଗଠନ ବିଷୟରେ ମନ୍ତବ୍ୟ ଦେଇଥିବାରୁ ପ୍ରମୁଖ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଦିଗ୍ବିଜୟ ସିଂହ ଓ ବଲିଉଡ୍ ଗୀତିକାର ଜାଭେଦ୍ ଅଖତରଙ୍କ ବିରୋଧରେ ସମାନ ମାମଲା ଦାଖଲ କରିଥିଲେ।




