ଆର୍‌ଏସ୍‌ଏସ୍‌ ନେତାଙ୍କ ‘ଅହଙ୍କାରୀ’ ଟିପ୍ପଣୀ ବିରୋଧରେ ବିଜେପି , କଂଗ୍ରେସର କଡ଼ା ପ୍ରତିକ୍ରିୟା

ନୂଆଦିଲ୍ଲୀ: ବରିଷ୍ଠ ଆରଏସଏସ ନେତା ଇନ୍ଦ୍ରେଶ କୁମାରଙ୍କ ‘ଅହଙ୍କାରୀ’ ଟିପ୍ପଣୀକୁ ନେଇ ରାଜନୀତି ସରଗରମ ହେଉଛି। କୁମାରଙ୍କ ଅହଙ୍କାରୀ ଟିପ୍ପଣୀ ବିରୋଧରେ ଆଜି ଉଭୟ ଏନ୍‌ଡିଏ ଏବଂ କଂଗ୍ରେସ ଦଳର ନେତାମାନେ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ‌କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝି ଆଜି ଇନ୍ଦ୍ରେଶ କୁମାରଙ୍କ ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, ପ୍ରଭୁ ଶ୍ରୀରାମ ଏନ୍‌ଡିଏକୁ ଜନାଦେଶ ଦେଇଛନ୍ତି ଏବଂ ସେମାନେ କାମ କରୁଛନ୍ତି। ତେବେ ସେ ଯାହା କହୁଛନ୍ତି ତାଙ୍କୁ ସେଥିରେ ଖୁସି ହେବାକୁ […]

Samaya Live Picture
Published On

ନୂଆଦିଲ୍ଲୀ: ବରିଷ୍ଠ ଆରଏସଏସ ନେତା ଇନ୍ଦ୍ରେଶ କୁମାରଙ୍କ ‘ଅହଙ୍କାରୀ’ ଟିପ୍ପଣୀକୁ ନେଇ ରାଜନୀତି ସରଗରମ ହେଉଛି। କୁମାରଙ୍କ ଅହଙ୍କାରୀ ଟିପ୍ପଣୀ ବିରୋଧରେ ଆଜି ଉଭୟ ଏନ୍‌ଡିଏ ଏବଂ କଂଗ୍ରେସ ଦଳର ନେତାମାନେ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ‌କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝି ଆଜି ଇନ୍ଦ୍ରେଶ କୁମାରଙ୍କ ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, ପ୍ରଭୁ ଶ୍ରୀରାମ ଏନ୍‌ଡିଏକୁ ଜନାଦେଶ ଦେଇଛନ୍ତି ଏବଂ ସେମାନେ କାମ କରୁଛନ୍ତି। ତେବେ ସେ ଯାହା କହୁଛନ୍ତି ତାଙ୍କୁ ସେଥିରେ ଖୁସି ହେବାକୁ ଦିଅ। ଯେଉଁମାନେ ଏଭଳି ଟିପ୍ପଣୀ ଦେଉଛନ୍ତି ସେମାନେ ‌ନିଜ କଥା ପ୍ରଥମେ ଚିନ୍ତା କରନ୍ତୁ ବୋଲି ହାମ୍‌ (ହିନ୍ଦୁସ୍ତାନ ଆୱାମ ‌‌ମୋର୍ଚ୍ଚା) ନେତା କହିଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ନେତା ପୱନ ଖେଡ଼ା କହିଛନ୍ତି, ଆର୍‌ଏସ୍‌ଏସ୍‌କୁ କେହି ଗୁରୁତ୍ବକୁ ନେଉନାହାନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସେମାନଙ୍କୁ ଗୁରୁତ୍ବର ସହ ନିଅନ୍ତି ନାହିଁ। ତେଣୁ ଆମେ କାହିଁକି ସେମାନଙ୍କୁ ଗୁରୁତ୍ବ ଦେବୁ।

Tags: