ଆରମ୍ଭ ହେଲା ସ୍ବତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ : ଆଜିଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ସ୍ବତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବୋଧନ ଦେଇ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଟିପ୍ପଣୀ ରଖିଛନ୍ତି। ମୋଦୀ ଚନ୍ଦ୍ରଯାନ-୩ ସଫଳତାଠାରୁ ଆରମ୍ଭ କରି ଜି-୨୦ ସଫଳତା ପର୍ଯ୍ୟନ୍ତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଟିପ୍ପଣୀ ରଖିଛନ୍ତି । ଜି-୨୦ ଶିଖର ସମ୍ମିଳକୀ ସଂକ୍ରାନ୍ତରେ ଟିପ୍ପଣୀ ରଖି ମୋଦୀ କହିଛନ୍ତି, ସଫଳତା ସମଗ୍ର ଦେଶର। ଏହା କୌଣସି ଦଳ କିମ୍ବା ବ୍ୟକ୍ତିର ନୁହେଁ। ମୋଦୀ କହିଛନ୍ତି, ଆଜି ଆପଣମାନେ […]

Samaya Live Picture
Published On

ନୂଆଦିଲ୍ଲୀ : ଆଜିଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ସ୍ବତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବୋଧନ ଦେଇ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଟିପ୍ପଣୀ ରଖିଛନ୍ତି। ମୋଦୀ ଚନ୍ଦ୍ରଯାନ-୩ ସଫଳତାଠାରୁ ଆରମ୍ଭ କରି ଜି-୨୦ ସଫଳତା ପର୍ଯ୍ୟନ୍ତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଟିପ୍ପଣୀ ରଖିଛନ୍ତି । ଜି-୨୦ ଶିଖର ସମ୍ମିଳକୀ ସଂକ୍ରାନ୍ତରେ ଟିପ୍ପଣୀ ରଖି ମୋଦୀ କହିଛନ୍ତି, ସଫଳତା ସମଗ୍ର ଦେଶର। ଏହା କୌଣସି ଦଳ କିମ୍ବା ବ୍ୟକ୍ତିର ନୁହେଁ। ମୋଦୀ କହିଛନ୍ତି, ଆଜି ଆପଣମାନେ ଏକତ୍ରିତ ଭାବେ ଜି-୨୦ ସଫଳତାକୁ ପ୍ରଶଂସା କରିଛନ୍ତି। ଏଥିପାଇଁ ମୁଁ ଆପଣମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ଜି-୨୦ ସଫଳତା ହେଉଛି ସମଗ୍ର ଦେଶର ସଫଳତା। ୧୪୦ କୋଟି ଭାରତୀୟଙ୍କ ସଫଳତା। ଏହା କୌଣସି ବ୍ୟକ୍ତି କିମ୍ବା ଦଳର ସଫଳତା ନୁହେଁ । ଏହା ଆମ ସମସ୍ତଙ୍କ ପାଇଁ ଉତ୍ସବର ସମୟ ବୋଲି ମୋଦୀ କହିଛନ୍ତି। ମୋଦୀ କହିଛନ୍ତି , ୭୫ ବର୍ଷର ସଂସଦୀୟ ଯାତ୍ରାକୁ ମନେ ପକାଇ ଏହା ଆଗକୁ ବଢ଼ିବାର ସମୟ। ମୋଦୀ କହିଛନ୍ତି, ଆମ‌େ ନୂଆ ସଂସଦ ଭବନକୁ ଯାଇପାରୁ କିନ୍ତୁ ପୁରୁଣ‌ା ସଂସଦ ଭବନ ଆଗାମୀ ପିଢ଼ିକୁ ଅନୁପ୍ରାଣିତ କରିବ। ଭାଷଣରେ ମୋଦୀ ନେହରୁଙ୍କଠାରୁ ଶାସ୍ତ୍ରୀଙ୍କ ପର୍ଯ୍ୟନ୍ତ ଅନେକ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି।

Tags: