ଆରମ୍ଭ ହେଲା ଶୀତ ଅଧିବେଶନ
ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନକୁ ସୁରୁଖୁରୁରେ ଚଳାଇବାକୁ ଗତକାଲି ସର୍ବଦଳୀୟ ବୈଠକରେ ଆଲୋଚନା କରାଯାଇଛି। ୪ ସପ୍ତାହର ଶୀତ ଅଧୀବେଶନ ପୂର୍ବରୁ ଆଜି ମୋଦୀ ଗଣମାଧ୍ୟମକୁ ଉଦ୍ବୋଧନ ଦେଇ ଏକ ଫଳପ୍ରଦ ଅଧିବେଶନ ପାଇଁ କାମନା କରିଛନ୍ତି। ଗତକାଲିର ବୈଠକରେ ୩୦ଟି ଦଳର ପ୍ରତିନିଧି […]
ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନକୁ ସୁରୁଖୁରୁରେ ଚଳାଇବାକୁ ଗତକାଲି ସର୍ବଦଳୀୟ ବୈଠକରେ ଆଲୋଚନା କରାଯାଇଛି। ୪ ସପ୍ତାହର ଶୀତ ଅଧୀବେଶନ ପୂର୍ବରୁ ଆଜି ମୋଦୀ ଗଣମାଧ୍ୟମକୁ ଉଦ୍ବୋଧନ ଦେଇ ଏକ ଫଳପ୍ରଦ ଅଧିବେଶନ ପାଇଁ କାମନା କରିଛନ୍ତି। ଗତକାଲିର ବୈଠକରେ ୩୦ଟି ଦଳର ପ୍ରତିନିଧି ସାମିଲ ହୋଇ ବିଭିନ୍ନ ପ୍ରସଙ୍ଗ ଆଲୋଚନାକୁ ଅନ୍ତର୍ଭୁକ୍ତ କରାଯିବା ଉପରେ ଆଲୋକପାତ କରିଛନ୍ତି। ବରିଷ୍ଠ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ୪୨ ଜଣ ନେତା ସାମିଲ ହୋଇଥିଲେ। ସର୍ବଦଳୀୟ ବୈଠକକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଫଳପ୍ରଦ ବୋଲି ବର୍ଣ୍ଣନା କରିଛନ୍ତି। ଶୀତ ଅଧିବେଶନ ନଭେମ୍ବର ୨୫ରୁ ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ।
ଏହି ଅଧିବେଶନରେ ଅତି କମ୍ରେ ୧୭ଟି ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ରାଜ୍ୟସଭା ସଚିବାଳୟ ଅନୁଯାୟୀ ଅଧିବେଶନ ସମୟରେ ଗୃହର ୧୯ଟି ବୈଠକ ବସିବ। ଲୋକସଭାରେ ବିଚାରାଧୀନ ଥିବା ୱକଫ୍ (ସଂଶୋଧନ) ବିଲ୍ ମଧ୍ୟ ଲୋକସଭାରେ ଆଗତ ହେବା ଯୋଜନା ରହିଛି। ଯୁଗ୍ମ ସଂସଦୀୟ କମିଟି (ଜେପିସି)ର ରିପୋର୍ଟ ଦାଖଲ ହେବା ପରେ ଏହି ବିଲ୍ ଆଗତ ପାଇଁ ପଦକ୍ଷେପ ନିଆଯିବ।




