ଆରମ୍ଭ ହେଲା ମୌସୁମୀ ଅଧିବେଶନ , ମଣିପୁର ପ୍ରସଙ୍ଗକୁ ନେଇ ଗୃହ‌ରେ ହଟ୍ଟଗୋଳ

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଆରମ୍ଭରୁ ଆଜି ମଣିପୁର ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ ହୋଇଛି। ରାଜ୍ୟସଭାରେ ଆଜି ଗୃହକାର୍ଯ୍ୟ ଆରମ୍ଭ ‌ହେଉହେଉ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ମଣିପୁର ହିଂସା ପ୍ରସଙ୍ଗ‌‌‌ରେ ସ୍ପଳ୍ପ ସମୟ ଆଲୋଚନା ପାଇଁ ପ୍ରସ୍ତାବ ରଖିଥିଲେ। କିନ୍ତୁ ବିରୋଧୀ ସାଂସଦମାନେ ଏହାକୁ ବିରୋଧ କରିଥିଲେ। ଟିଏମ୍‌ସି ସାଂସଦ ଡେରେକ ଓବ୍ରାଏନ କହିଥିଲେ, ଧାରା ୨୬୭ ଅନୁଯା‌ୟୀ ଏହି ପ୍ରସଙ୍ଗରେ ଆଲୋଚନା ହେବା ଉଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ପ୍ରସଙ୍ଗରେ […]

Samaya Live Picture
Published On

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଆରମ୍ଭରୁ ଆଜି ମଣିପୁର ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ ହୋଇଛି। ରାଜ୍ୟସଭାରେ ଆଜି ଗୃହକାର୍ଯ୍ୟ ଆରମ୍ଭ ‌ହେଉହେଉ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ମଣିପୁର ହିଂସା ପ୍ରସଙ୍ଗ‌‌‌ରେ ସ୍ପଳ୍ପ ସମୟ ଆଲୋଚନା ପାଇଁ ପ୍ରସ୍ତାବ ରଖିଥିଲେ। କିନ୍ତୁ ବିରୋଧୀ ସାଂସଦମାନେ ଏହାକୁ ବିରୋଧ କରିଥିଲେ। ଟିଏମ୍‌ସି ସାଂସଦ ଡେରେକ ଓବ୍ରାଏନ କହିଥିଲେ, ଧାରା ୨୬୭ ଅନୁଯା‌ୟୀ ଏହି ପ୍ରସଙ୍ଗରେ ଆଲୋଚନା ହେବା ଉଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ପ୍ରସଙ୍ଗରେ ମୁହଁ ଖୋଲିବା ଉଚିତ ବୋଲି ସେ କହିଛନ୍ତି। ମଶିପୁର ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଆଜି ଗୃହ ମୁଲତବୀ ରଖାଯାଇଛି। ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିଥିବାରୁ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ବିରୋଧୀ ଦଳ ଉପରେ ପ୍ରବଳ ବର୍ଷିଛନ୍ତି। ଗୋୟଲ କହିଛନ୍ତି, ସେମାନଙ୍କ ବ୍ୟବହାରରୁ ଏହା ସ୍ପଷ୍ଟ ହୋଇଯାଉଛି ଯେ ସେମାନେ ଗୃହ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରିବାପାଇଁ ଦେବେନାହିଁ। ଆଜି ଲୋକସଭା ମଧ୍ୟ ଦିନ ୨ଟା ପର୍ଯ୍ୟନ୍ତ ମୁଲତବୀ ରହିଛି। ନିକଟରେ ପ୍ରାଣ ହାରିଥିବା ସଂସଦର ସଦସ୍ୟଙ୍କୁ ସମ୍ମାନ ଜଣାଇ ଲୋକସଭାକୁ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

Tags: