ଆରମ୍ଭ ହେଲା ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ,ସାଂସଦ ଭାବେ ଶପଥ ନେଲେ ମୋଦୀ ଓ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟ

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆଜି ଆରମ୍ଭ ହୋଇଛି। ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଶପଥ ନେଇଛନ୍ତି ଏବଂ ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଓ ଅନ୍ୟ ନବ ନିର୍ବାଚିତ ସଦସ୍ୟମାନେ ଆଜି ସାଂସଦ ଭାବେ ଶପଥ ନେଇଛନ୍ତି। ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେପିର ଭର୍ତ୍ତୃହରି ମହତାବଙ୍କୁ କାମଚଳା ବାଚସ୍ପତି ଭାବେ ଶପଥ ପାଠ କରାଇଛନ୍ତି। ବାଚସ୍ପତି ମହତାବ ଏହାପରେ ମୋଦୀ […]

Samaya Live Picture
Published On

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆଜି ଆରମ୍ଭ ହୋଇଛି। ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଶପଥ ନେଇଛନ୍ତି ଏବଂ ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଓ ଅନ୍ୟ ନବ ନିର୍ବାଚିତ ସଦସ୍ୟମାନେ ଆଜି ସାଂସଦ ଭାବେ ଶପଥ ନେଇଛନ୍ତି। ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେପିର ଭର୍ତ୍ତୃହରି ମହତାବଙ୍କୁ କାମଚଳା ବାଚସ୍ପତି ଭାବେ ଶପଥ ପାଠ କରାଇଛନ୍ତି। ବାଚସ୍ପତି ମହତାବ ଏହାପରେ ମୋଦୀ ଓ ଅନ୍ୟମାନଙ୍କୁ ସାଂସଦ ଭାବେ ଶପଥ ପାଠ କରାଇଛନ୍ତି। ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଥିବାବେଳେ ବିରୋଧୀ ଇଣ୍ଡି ମେଣ୍ଟ ବିଭିନ୍ନ ପ୍ରସଙ୍ଗରେ ଏନଡିଏ ସରକାରକୁ ଚାଲେଞ୍ଜ କରିବାପାଇଁ ପ୍ରସ୍ତୁତ ଅଛନ୍ତି । ଆଜି ପ୍ରଥମ ଦିନରେ ବିରୋଧୀ ଇଣ୍ଡି ମେଣ୍ଟ ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି। ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଂସଦ ଭାବେ ଶପଥ ନେବାପରେ ବିରୋଧୀ ମାନେ ନିଟ୍ ପ୍ରସଙ୍ଗରେ ସ୍ଲୋଗାନ ଦେଇଥିଲେ। ସେହିପରି ୨୬୪ତମ ରାଜ୍ୟସଭା ଅଧିବେଶନ ଜୁନ୍ ୨୭ରୁ ଆରମ୍ଭ ହେବ ଏବଂ ମିଳିତ ଅଧିବେଶନ ଜୁଲାଇ ୩ ତାରିଖରେ ଶେଷ ହେବ। ଏହାପରେ ଜୁଲାଇ ୨୨ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ।

Tags: