ଆରବ ସାଗରରେ ହାଇଜାକ୍ ହୋଇଥିବା ଜାହାଜ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ : ଏକ ଜାହାଜ ସୋମାଲିଆ ଉପକୂଳ ଆଡ଼କୁ ଯାଉଥିବା ବେଳେ ଆରବ ସାଗରରେ ଏହାକୁ ହାଇଜାକ୍ କରାଯାଇଥିଲା। ଏହିବ ଜାହାଜଟି ମାଲ୍ଟାର। ଏଥିରେ ମାଲଟା ପତାକା ଲାଗିଛି। ତେବେ ଏହା ଜଣାପଡ଼ିବା ପରେ ଭାରତୀୟ ନୌସେନା ତତ୍କାଳ ପଦକ୍ଷେପ ଗ୍ରହଣ କରିଛି। ଭାରତୀୟ ନୌସେନା ଉକ୍ତ ଅଞ୍ଚଳରେ ନିରୀକ୍ଷଣରେ ନିୟୋଜିତ ହୋଇଥିବା ଏହାର ନୌସେନା ସାମୁଦ୍ରିକ ପାଟ୍ରୋଲିଂ ବିମାନ ତଥା ଏଡେନ ଉପସାଗରରେ ଡକାୟତି ନିରୋଧୀ ପାଟ୍ରୋଲିଂ ଦାୟିତ୍ବରେ ଥିବା ଏକ ଯୁଦ୍ଧ ଜାହାଜକୁ ଏହି […]

Samaya Live Picture
Published On

ନୂଆଦିଲ୍ଲୀ : ଏକ ଜାହାଜ ସୋମାଲିଆ ଉପକୂଳ ଆଡ଼କୁ ଯାଉଥିବା ବେଳେ ଆରବ ସାଗରରେ ଏହାକୁ ହାଇଜାକ୍ କରାଯାଇଥିଲା। ଏହିବ ଜାହାଜଟି ମାଲ୍ଟାର। ଏଥିରେ ମାଲଟା ପତାକା ଲାଗିଛି। ତେବେ ଏହା ଜଣାପଡ଼ିବା ପରେ ଭାରତୀୟ ନୌସେନା ତତ୍କାଳ ପଦକ୍ଷେପ ଗ୍ରହଣ କରିଛି। ଭାରତୀୟ ନୌସେନା ଉକ୍ତ ଅଞ୍ଚଳରେ ନିରୀକ୍ଷଣରେ ନିୟୋଜିତ ହୋଇଥିବା ଏହାର ନୌସେନା ସାମୁଦ୍ରିକ ପାଟ୍ରୋଲିଂ ବିମାନ ତଥା ଏଡେନ ଉପସାଗରରେ ଡକାୟତି ନିରୋଧୀ ପାଟ୍ରୋଲିଂ ଦାୟିତ୍ବରେ ଥିବା ଏକ ଯୁଦ୍ଧ ଜାହାଜକୁ ଏହି ଜାହାଜ ଖୋଜିବାରେ ସାହାଯ୍ୟ କରିବା ପାଇଁ ପଠାଇଥିଲା। ଶୁକ୍ରବାର ସକାଳେ ବିମାନଟି ଅପହୃତ ଜାହାଜର ଉପରେ ଉଡ଼ିଥିଲା ଓ ଏହାର ଗତିବିଧି ଉପରେ ନଜର ରଖିଥିଲା। ଶନିବାର ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଏଡେନ୍ ଉପସାଗରରେ ଏମ୍ଭି ରୁଏନକୁ ସଫଳତାର ସହ ଅଟକାଇଥିଲା। ଭାରତୀୟ ନୌସେନା ପରିସ୍ଥିତିର ମୁକାବିଲା କରିବା ଏବଂ ଜାହାଜ ଓ ଏହାର କର୍ମଚାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ସକ୍ରିୟ ଭାବରେ ନିୟୋଜିତ ଅଛି।

Tags: