ଆରପିଏଫ୍ କନେଷ୍ଟବଳଙ୍କ ଉନ୍ମତ କାଣ୍ଡ, ଚଳନ୍ତା ଟ୍ରେନ୍ରେ ବରିଷ୍ଠ ଅଧିକାରୀ ଏବଂ ୩ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କଲେ
ନୂଆଦିଲ୍ଲୀ : ଜୟପୁର-ମୁମ୍ବାଇ ସେଣ୍ଟ୍ରାଲ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ୍ରେ ସୋମବାର ସକାଳୁ ଏକ ଅଘଟଣ ଘଟିଯାଇଛି। ଜଣେ ଆରପିଏଫ୍ କନେଷ୍ଟବଳ ଚଳନ୍ତା ଟ୍ରେନ୍ରେ ତାଙ୍କର ଜଣେ ବରିଷ୍ଠ ଅଧିକାରୀ ଏବଂ ୩ ଜଣ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମିଳିଥିବା ସୂଚନାନୁଯାୟୀ କନେଷ୍ଟବଳ ଚେତନ ସିଂହ ତାଙ୍କର ଏସକର୍ଟ ଡ୍ୟୁଟି ଇନଚାର୍ଜ ଏସ୍ଆଇ ଟିକା ରାମ ମିନାଙ୍କୁ ଏକ ଚଳନ୍ତା ଟ୍ରେନ୍ରେ ଗୁଳି କରି ହତ୍ୟା କରିବାପରେ ଅନ୍ୟ ଏକ କୋଚ୍କୁ ଯାଇ ୩ ଯାତ୍ରୀଙ୍କୁ […]
ନୂଆଦିଲ୍ଲୀ : ଜୟପୁର-ମୁମ୍ବାଇ ସେଣ୍ଟ୍ରାଲ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ୍ରେ ସୋମବାର ସକାଳୁ ଏକ ଅଘଟଣ ଘଟିଯାଇଛି। ଜଣେ ଆରପିଏଫ୍ କନେଷ୍ଟବଳ ଚଳନ୍ତା ଟ୍ରେନ୍ରେ ତାଙ୍କର ଜଣେ ବରିଷ୍ଠ ଅଧିକାରୀ ଏବଂ ୩ ଜଣ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମିଳିଥିବା ସୂଚନାନୁଯାୟୀ କନେଷ୍ଟବଳ ଚେତନ ସିଂହ ତାଙ୍କର ଏସକର୍ଟ ଡ୍ୟୁଟି ଇନଚାର୍ଜ ଏସ୍ଆଇ ଟିକା ରାମ ମିନାଙ୍କୁ ଏକ ଚଳନ୍ତା ଟ୍ରେନ୍ରେ ଗୁଳି କରି ହତ୍ୟା କରିବାପରେ ଅନ୍ୟ ଏକ କୋଚ୍କୁ ଯାଇ ୩ ଯାତ୍ରୀଙ୍କୁ ଗୁଳି କରିଦେଇଛନ୍ତି। ଅଭିଯୁକ୍ତ କନେଷ୍ଟବଳ ଏହାପରେ ସ୍ଥାନ ଛାଡ଼ି ପଳାଇବାକୁ ଚେଷ୍ଟା କରୁଥିବାବେଳେ ଜିଆରପି ଅଫିସରମାନେ ତାଙ୍କୁ ଗିରଫ କରିଛନ୍ତି। ଆଜି ସକାଳ ପ୍ରାୟ ୫ଟା ସମୟରେ ଜୟପୁର -ମୁମ୍ବାଇ ସେଣ୍ଟ୍ରାଲ ସୁପରଫାଷ୍ଟ ଟ୍ରେନ୍ ଏକ୍ସପ୍ରେସ ପଲଘର ରେଳ ଷ୍ଟେସନ୍ ନିକଟରେ ହୋଇଥିବାବେଳେ ଏହି ଘଟଣା ଘଟିଥିଲା। ଏହି ଟ୍ରେନ୍ର ସୁରକ୍ଷା ଦାୟିତ୍ବରେ ଥିଲେ ଚେତନ ସିଂହ ଏବଂ ଏଏସ୍ଆଇ ଟିକାରାମ ଏବଂ ଅନ୍ୟ ୨ ଜଣ କନେଷ୍ଟବଳ। ପଲଘର ରେଳ ଷ୍ଟେସନ୍ ଦେଇ ଟ୍ରେନ ଅତିକ୍ରମ କରୁଥିବାବେଳେ ଚେତନ ସିଂହ ହଠାତ ତାଙ୍କ ଅଟୋମେଟିକ ରାଇଫଲ୍ରୁ ଗୁଳି ଚଳାଇଥିଲେ। ଏଏସ୍ଆଇ ଟିକାରାମଙ୍କୁ ହତ୍ୟା କରିବାପରେ ସେ ୩ ଜଣ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ସେ ତାଙ୍କ ବନ୍ଧୁକରୁ ୧୨ ରାଉଣ୍ଡ୍ ଗୁଳି ଚଳାଇଥିଲେ। ତେବେ କନେଷ୍ଟବଳଙ୍କର ଏଭଳି ହିଂସାତ୍ମକ ଆଚରଣ ପଛର କାରଣ କ’ଣ ଜଣାପଡ଼ିନି। କିନ୍ତୁ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଚେତନ ସିଂହ ମାନସିକ ରୋଗରେ ପୀଡ଼ିତ ଅଛନ୍ତି। ଉତ୍ତରପ୍ରଦେତଶ ହାଥରାସର ଚେତନ କୁମାରଙ୍କ ପୋଷ୍ଟିଂ ପୂର୍ବରୁ ଗୁଜରାଟରେ ଥିଲା। କିନ୍ତୁ ଏଇ ନିକଟରେ ତାଙ୍କୁ ମୁମ୍ବାଇରେ ପୋଷ୍ଟିଂ ଦିଆଯାଇଛି। ଆରପିଏଫ୍ ଆଇଜି ପ୍ରବୀଣ ସିହ୍ନା କହିଛନ୍ତି, ଅଭିଯୁକ୍ତ କନେଷ୍ଟବଳ ଚେତନ ସିଂହ ସର୍ଟ ଟେମ୍ପର।




