ଆରଜେଡି-ଜେଡିୟୁ ମିଶ୍ରଣ ଖୁବଶୀଘ୍ର : ଗିରିରାଜ ସିଂହ
ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଶନିବାର ଦିନ ଦାବି କରିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ ଏବଂ ମେଣ୍ଟ ସହଯୋଗୀ ଆରଜେଡିର ଖୁବଶୀଘ୍ର ସମ୍ମିଶ୍ରଣ ହେବ। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏହାର ମୁଖିଆ ରହିବେ ବୋଲି ସେ ଦାବି କରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ଇଣ୍ଡିଆ ମେଣ୍ଟ ଜାନୁଆରି ସୁଦ୍ଧା ଆସନ ବୁଝାମଣା ନେଇ ପ୍ରସ୍ତୁତ ଶେଷ କରିବାପାଇଁ ନୀତୀଶ କୁମାର ଦାବି କରୁଥିବାବେଳେ ଏନେଇ […]
ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଶନିବାର ଦିନ ଦାବି କରିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ ଏବଂ ମେଣ୍ଟ ସହଯୋଗୀ ଆରଜେଡିର ଖୁବଶୀଘ୍ର ସମ୍ମିଶ୍ରଣ ହେବ। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏହାର ମୁଖିଆ ରହିବେ ବୋଲି ସେ ଦାବି କରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ଇଣ୍ଡିଆ ମେଣ୍ଟ ଜାନୁଆରି ସୁଦ୍ଧା ଆସନ ବୁଝାମଣା ନେଇ ପ୍ରସ୍ତୁତ ଶେଷ କରିବାପାଇଁ ନୀତୀଶ କୁମାର ଦାବି କରୁଥିବାବେଳେ ଏନେଇ ବରିଷ୍ଠ ବିଜେପି ନେତା ଗିରିରାଜ ସିଂହଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ। ସିଂହ କହିଛନ୍ତି, ଲାଲୁଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ରହିଛି। ସେ ମୋ କାନରେ ଏମିତି ଅନେକ କଥା କହିଛନ୍ତି ଯାହା ମୁଁ ସର୍ବସାଧାରଣରେ କହିପାରିବିନି। କିନ୍ତୁ ଗୋଟିଏ କଥା ମୁଁ କହିପାରିବି ଏବଂ ତାହା ହେଉଛି ଖୁବ୍ଶୀଘ୍ର ଜେଡିୟୁ ଏବଂ ଆରଜେଡିର ସମ୍ମିଶ୍ରଣ ହେବାକୁ ଯାଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଉଭୟ ଲାଲୁ ପ୍ରସାଦ ଏବଂ ସିଂହ ଦିଲ୍ଲୀରୁ ସମାନ ବିମାନରେ ଫେରିଥିଲେ। ତେବେ ଲାଲୁ ଯାଦବ ଗିରିରାଜ ସିଂହଙ୍କ ଦାବିକୁ ଖଣ୍ଡନ କରିଛନ୍ତି। ଲାଲୁ କହିଛନ୍ତି ଗିରିରାଜ ସିଂହ ତାଙ୍କ ହତାଶାଭାବରୁ ଏଭଳି କଥା କହୁଛନ୍ତି।




