ଆରଏସଏସ ନିଷିଦ୍ଧ ବୟାନ ପାଇଁ ପ୍ରିୟଙ୍କ ଖଡ଼ଗେଙ୍କୁ ସୁପର ସିଏମ୍‌ କହିଲା ବିଜେପି

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଆରଏସଏସ ଏବଂ ବଜରଙ୍ଗ ଦଳ ନିଷିଦ୍ଧ ହେବ ବୋଲି କର୍ଣ୍ଣାଟକ ମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେ ଦେଇଥିବା ଟିପ୍ପଣୀ ପାଇଁ ବିବାଦ ସୃଷ୍ଟି ହୋଇଛି। ଚିତ୍ତପୁର କଂଗ୍ରେସ ବିଧାୟକ ତଥା କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ ପ୍ରିୟଙ୍କ ଖଡ଼ଗେ କହିଛନ୍ତି ଯେ ଯଦି ଆରଏସଏସ ଏବଂ ବଜରଙ୍ଗ ଦଳ ରାଜ୍ୟରେ ଶାନ୍ତି ନଷ୍ଟ କରନ୍ତି ତେବେ ସେମାନଙ୍କୁ ନିଷିଦ୍ଧ କରାଯିବ। ତେବେ ବିଜେପି ଏଥିରେ ତୀବ୍ର ପ୍ରତିକ୍ରିୟା ରଖି କହିଛି ଯେ କଂଗ୍ରେସ ଦେଇଥିବା […]

Samaya Live Picture
Published On

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଆରଏସଏସ ଏବଂ ବଜରଙ୍ଗ ଦଳ ନିଷିଦ୍ଧ ହେବ ବୋଲି କର୍ଣ୍ଣାଟକ ମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେ ଦେଇଥିବା ଟିପ୍ପଣୀ ପାଇଁ ବିବାଦ ସୃଷ୍ଟି ହୋଇଛି। ଚିତ୍ତପୁର କଂଗ୍ରେସ ବିଧାୟକ ତଥା କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ ପ୍ରିୟଙ୍କ ଖଡ଼ଗେ କହିଛନ୍ତି ଯେ ଯଦି ଆରଏସଏସ ଏବଂ ବଜରଙ୍ଗ ଦଳ ରାଜ୍ୟରେ ଶାନ୍ତି ନଷ୍ଟ କରନ୍ତି ତେବେ ସେମାନଙ୍କୁ ନିଷିଦ୍ଧ କରାଯିବ। ତେବେ ବିଜେପି ଏଥିରେ ତୀବ୍ର ପ୍ରତିକ୍ରିୟା ରଖି କହିଛି ଯେ କଂଗ୍ରେସ ଦେଇଥିବା ୫ଟି ପ୍ରତିଶୃତି ଉପରେ ଫୋକସ କରିବା ଉଚିତ। ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବୀୟ କହିଛନ୍ତି, ପ୍ରିୟଙ୍କ ଖଡ଼ଗେ କ’ଣ କର୍ଣ୍ଣାଟକର ସୁପର ସିଏମ୍‌ ? ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଊର୍ଦ୍ଧ୍ବରେ ବୟାନ ଦେବାପାଇଁ ‌ ତାଙ୍କୁ କଂଗ୍ରେସ ମୁଖ୍ୟ ସ୍ବତନ୍ତ୍ର ଅଧିକାର ପ୍ରଦାନ କରିଛନ୍ତି। ବିଜେପି କହିଛି, କଂଗ୍ରେସ ଯଦି ଏହାର ନିର୍ବାଚନ ପ୍ରତିଶୃତିରୁ ପଛକୁ ହଟିବ ତେବେ ଲୋକମାନେ ରାସ୍ତାକୁ ଓହ୍ଲାଇବେ।

Tags: