ଆରଏଲଜେଡିର ଉପେନ୍ଦ୍ର କୁଶୱାହାଙ୍କୁ ଜେଡ୍ ଶ୍ରେଣୀ ସୁରକ୍ଷା

ନୂଆଦିଲ୍ଲୀ: ଆରଏଲଜେଡି (ରାଷ୍ଟ୍ରୀୟ ଲୋକ ଜନତା ଦଳ) ସଭାପତି ଉପେନ୍ଦ୍ର କୁଶୱାହାଙ୍କୁ ସୁରକ୍ଷା ବୃଦ୍ଧି କରାଯାଇଛି। କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ କୁଶୱାହାଙ୍କ ସୁରକ୍ଷା ଜେଡ୍ ଶ୍ରେଣୀକୁ ବୃଦ୍ଧି କରିଛନ୍ତି। ଆଇବି (ଇଣ୍ଟେଲେିଜେନ୍ସ ବ୍ୟୁରୋ) ର ଏକ ରିପୋର୍ଟ ଆଧାରରେ କୁଶୱାହାଙ୍କୁ ଜେଡ୍ ଶ୍ରେଣୀ ସୁରକ୍ଷା ଦିଆଯାଇଛି। ସିଆରପିଏଫ୍ କମାଣ୍ଡୋ ଆରଏଲଜେଡି ମୁଖ୍ୟଙ୍କୁ ଜେଡ୍ ଶ୍ରେଣୀ ସୁରକ୍ଷା ଦେବେ। ବିହାର ଏବଂ ଦିଲ୍ଲୀରେ ତାଙ୍କୁ ସୁରକ୍ଷା ଦିଆଯିବ। କୁଶୱାହାଙ୍କ ଜେଡ୍ ଶ୍ରେଣୀ ସୁରକ୍ଷା ପାଇଁ ୩୩ ସୁରକ୍ଷା […]

Samaya Live Picture
Published On

ନୂଆଦିଲ୍ଲୀ: ଆରଏଲଜେଡି (ରାଷ୍ଟ୍ରୀୟ ଲୋକ ଜନତା ଦଳ) ସଭାପତି ଉପେନ୍ଦ୍ର କୁଶୱାହାଙ୍କୁ ସୁରକ୍ଷା ବୃଦ୍ଧି କରାଯାଇଛି। କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ କୁଶୱାହାଙ୍କ ସୁରକ୍ଷା ଜେଡ୍ ଶ୍ରେଣୀକୁ ବୃଦ୍ଧି କରିଛନ୍ତି। ଆଇବି (ଇଣ୍ଟେଲେିଜେନ୍ସ ବ୍ୟୁରୋ) ର ଏକ ରିପୋର୍ଟ ଆଧାରରେ କୁଶୱାହାଙ୍କୁ ଜେଡ୍ ଶ୍ରେଣୀ ସୁରକ୍ଷା ଦିଆଯାଇଛି। ସିଆରପିଏଫ୍ କମାଣ୍ଡୋ ଆରଏଲଜେଡି ମୁଖ୍ୟଙ୍କୁ ଜେଡ୍ ଶ୍ରେଣୀ ସୁରକ୍ଷା ଦେବେ। ବିହାର ଏବଂ ଦିଲ୍ଲୀରେ ତାଙ୍କୁ ସୁରକ୍ଷା ଦିଆଯିବ। କୁଶୱାହାଙ୍କ ଜେଡ୍ ଶ୍ରେଣୀ ସୁରକ୍ଷା ପାଇଁ ୩୩ ସୁରକ୍ଷା କର୍ମୀ ମୁତୟନ ହେବେ। ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚରେ କୁଶୱାହାଙ୍କୁ ୱାଇ ପ୍ଲସ୍ ସୁରକ୍ଷା ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ କୁଶୱାହା ଗତ ଫେବୃଆରିରେ ଜେଡିୟୁ ଛାଡ଼ି ନିଜ ଦଳ ଗଠନ କରିଥିଲେ।

Tags: