ଆରଏମଏଲ ଦିଲ୍ଲୀରେ ଲାଞ୍ଚ କାରବାରର ପର୍ଦ୍ଦାଫାସ କଲା ସିବିଆଇ, ଡାକ୍ତର, ହସ୍ପିଟାଲ କର୍ମଚାରୀଙ୍କ ସମେତ ୯ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀର ଆରଏମଏଲ (ରାମ ମନୋହର ଲୋହିଆ) ହସ୍ପିଟାଲରେ ଆଜି ସିବିଆଇ (କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ) ଏକ ବଡ଼ ଧରଣର ଲାଞ୍ଚ କାରବାରର ପର୍ଦ୍ଦାଫାସ କରିଛି। ଆରଏମଏଲ ହସ୍ପିଟାଲରେ କେତେକ ଡାକ୍ତର ଏବଂ ଅନ୍ୟ କର୍ମଚାରୀ ରୋଗୀ ଓ ମେଡିକାଲ ଉପକରଣ ଯୋଗାଣକାରୀଙ୍କ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ହସ୍ପିଟାଲର ଡାକ୍ତର, କ୍ଲର୍କଙ୍କ ସମେତ ମୋଟ୍ ୯ ଜଣ ଗିରଫ ହୋଇଛନ୍ତି। ସିବିଆଇ ଆଜି ଆରଏମଏଲ ହସ୍ପିଟାଲ ସମେତ ପ୍ରାୟ ୧୫ଟି […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀର ଆରଏମଏଲ (ରାମ ମନୋହର ଲୋହିଆ) ହସ୍ପିଟାଲରେ ଆଜି ସିବିଆଇ (କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ) ଏକ ବଡ଼ ଧରଣର ଲାଞ୍ଚ କାରବାରର ପର୍ଦ୍ଦାଫାସ କରିଛି। ଆରଏମଏଲ ହସ୍ପିଟାଲରେ କେତେକ ଡାକ୍ତର ଏବଂ ଅନ୍ୟ କର୍ମଚାରୀ ରୋଗୀ ଓ ମେଡିକାଲ ଉପକରଣ ଯୋଗାଣକାରୀଙ୍କ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ହସ୍ପିଟାଲର ଡାକ୍ତର, କ୍ଲର୍କଙ୍କ ସମେତ ମୋଟ୍ ୯ ଜଣ ଗିରଫ ହୋଇଛନ୍ତି। ସିବିଆଇ ଆଜି ଆରଏମଏଲ ହସ୍ପିଟାଲ ସମେତ ପ୍ରାୟ ୧୫ଟି ସ୍ଥାନରେ ଚଢ଼ଉ ହୋଇଥିଲା। ସିବିଆଇ ଦ୍ବାରା ଦାଖଲ ହୋଇଥିବା ଏତଲାରେ ଆରଏମଏଲ ହୃଦ୍ରୋଗ ବିଭାଗର ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ନାଁ ଅଛି। ସେହିପରି ଜଣେ ବରିଷ୍ଠ ଟେକନିକାଲ ମୁଖ୍ୟ, ଜଣେ ନର୍ସ ଏବଂ ୨ ଜଣ କ୍ଲର୍କଙ୍କ ନାଁ ମଧ୍ୟ ଏତଲାରେ ରହିଛି। ତେବେ ଦିଲ୍ଲୀରେ ଏକ ଶୀର୍ଷ ସରକାରୀ ହସ୍ପିଟାଲରେ ଲାଞ୍ଚ କାରବାର ପର୍ଦ୍ଦାଫାସ ହେବାରେ ଏହା ଦ୍ବିତୀୟ ଘଟଣା।

Tags: