ଆମ ନିକଟରେ ଗୁଣବତ୍ତା ଅଛି : ଚୀନ୍‌

ନୂଆଦିଲ୍ଲୀ: ଭାରତ ବିଶ୍ବର ସବୁଠୁ ଜନବହୁଳ ରାଷ୍ଟ୍ରରେ ପରିଣତ ହୋଇଛି। ଜାତିସଂଘ ତଥ୍ୟ ଅନୁଯାୟୀ ଭାରତ ଜନସଂଖ୍ୟାରେ ଚୀନ୍‌କୁ ଟପିଯାଇଛି। ତେବେ ଭାରତର ଏହି ଜନସଂଖ୍ୟା ରିପୋର୍ଟକୁ ଚୀନ୍‌ ଗୌଣ ଦେଖାଇବାକୁ ଚେଷ୍ଟା କରିଛି। ଚୀନ୍‌ କହିଛି ଏବେ ବି ଏହା ନିକଟରେ ଗୁଣବତ୍ତା‌ ରହିଛି। ଚୀନ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି, ଜନସଂଖ୍ୟାର ଫାଇଦା ପରିମାଣ ଅନୁଯାୟୀ ହୋଇନଥାଏ ବରଂ ଏହାର ଗୁଣବତ୍ତା ଅନୁଯାୟୀ ହୋଇଥାଏ। ଜନସଂଖ୍ୟା ଯେତିକି ଗୁରୁତ୍ବପୂର୍ଣ୍ଣ ଜ୍ଞାନ ଓ […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତ ବିଶ୍ବର ସବୁଠୁ ଜନବହୁଳ ରାଷ୍ଟ୍ରରେ ପରିଣତ ହୋଇଛି। ଜାତିସଂଘ ତଥ୍ୟ ଅନୁଯାୟୀ ଭାରତ ଜନସଂଖ୍ୟାରେ ଚୀନ୍‌କୁ ଟପିଯାଇଛି। ତେବେ ଭାରତର ଏହି ଜନସଂଖ୍ୟା ରିପୋର୍ଟକୁ ଚୀନ୍‌ ଗୌଣ ଦେଖାଇବାକୁ ଚେଷ୍ଟା କରିଛି। ଚୀନ୍‌ କହିଛି ଏବେ ବି ଏହା ନିକଟରେ ଗୁଣବତ୍ତା‌ ରହିଛି। ଚୀନ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି, ଜନସଂଖ୍ୟାର ଫାଇଦା ପରିମାଣ ଅନୁଯାୟୀ ହୋଇନଥାଏ ବରଂ ଏହାର ଗୁଣବତ୍ତା ଅନୁଯାୟୀ ହୋଇଥାଏ। ଜନସଂଖ୍ୟା ଯେତିକି ଗୁରୁତ୍ବପୂର୍ଣ୍ଣ ଜ୍ଞାନ ଓ ପ୍ରତିଭା ମଧ୍ୟ ସେତିକି ଗୁରୁତ୍ବପୂର୍ଣ୍ଣ। ଚୀନ୍‌ର ଜନସଂଖ୍ୟା ଏବେ ୧୪୦ କୋଟିରୁ ଅଧିକ । ଚୀନ୍‌ରେ ଏବେ ବି ପାଖାପାଖି ୯୦୦ ନିୟୁତ ଲୋକ କାର୍ଯ୍ୟ କରୁଥିବା ବୟସ ବର୍ଗରେ ଅଛନ୍ତି। ଚୀନ୍‌ କହିଛି ଆମର ଜ୍ଞାନର ବିକାଶ ହୋଇଛି ଏବଂ ମାନବ ସମ୍ବଳର ବିକାଶ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଚୀନ୍ ସବୁବେଳେ ଆଗରେ ରହିଛି। ଭାରତର ଜନସଂଖ୍ୟା ରିପୋର୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଚୀନ୍‌ ଏଭଳି ଟିପ୍ପଣୀ ଦେଇଛି।

Tags: