ଆମ୍ବେଦକରଙ୍କୁ କଂଗ୍ରେସ ଘୃଣା କରୁଥିଲା : ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ କଂଗ୍ରେସ ଉପରେ କଡ଼ା ପ୍ରହାର କରିଛନ୍ତି। ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ମୋଦୀ କହିଛନ୍ତି, କଂଗ୍ରେସ ସମ୍ବିଧାନର ବିନ୍ଧାଣୀ ବି.ଆର ଆମ୍ବେଦକରଙ୍କୁ ଘୃଣା କରୁଥିଲା। ରାଜ୍ୟସଭାରେ ତାଙ୍କୁ ହରାଇବାପାଇଁ କଂଗ୍ରେସ ଦଳ ଦୁଇ ଥର ଷଡ୍‌ଯନ୍ତ୍ର କରିଥିଲା। କଂଗ୍ରେସ ଆମ୍ବେଦକରଙ୍କ ପରାମର୍ଶକୁ ସର୍ବଦା ପ୍ରତ୍ୟାଖ୍ୟାନ କରିଛି। ମୋଦୀ କହିଛନ୍ତି, କଂଗ୍ରେସ ‘ସବ୍‌କା ସାଥ, ସବ୍‌କା ବିକାଶ’ ଏବଂ ‘ସମସ୍ତଙ୍କ ପାଇଁ ବିକାଶ’ରେ […]

ଆମ୍ବେଦକରଙ୍କୁ କଂଗ୍ରେସ ଘୃଣା କରୁଥିଲା : ମୋଦୀ
Samaya Live Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ କଂଗ୍ରେସ ଉପରେ କଡ଼ା ପ୍ରହାର କରିଛନ୍ତି। ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ମୋଦୀ କହିଛନ୍ତି, କଂଗ୍ରେସ ସମ୍ବିଧାନର ବିନ୍ଧାଣୀ ବି.ଆର ଆମ୍ବେଦକରଙ୍କୁ ଘୃଣା କରୁଥିଲା। ରାଜ୍ୟସଭାରେ ତାଙ୍କୁ ହରାଇବାପାଇଁ କଂଗ୍ରେସ ଦଳ ଦୁଇ ଥର ଷଡ୍‌ଯନ୍ତ୍ର କରିଥିଲା। କଂଗ୍ରେସ ଆମ୍ବେଦକରଙ୍କ ପରାମର୍ଶକୁ ସର୍ବଦା ପ୍ରତ୍ୟାଖ୍ୟାନ କରିଛି। ମୋଦୀ କହିଛନ୍ତି, କଂଗ୍ରେସ ‘ସବ୍‌କା ସାଥ, ସବ୍‌କା ବିକାଶ’ ଏବଂ ‘ସମସ୍ତଙ୍କ ପାଇଁ ବିକାଶ’ରେ ବିଶ୍ବାସ କରେନାହିଁ। କଂଗ୍ରେସଠାରୁ ‘ସବ୍‌କା ସାଥ, ସବ୍‌କା ବିକାଶ’ ଆଶା କରିବା ଏକ ବଡ଼ ଭୁଲ୍‌ । ଏହା ସେମାନଙ୍କ ଚିନ୍ତାଧାରା ଠାରୁ ବହୁତ ଦୂରରେ। ମୋଦୀ କହିଛନ୍ତି, କଂଗ୍ରେସ ମଡେଲ୍‌ରେ ପରିବାର ହେଉଛି ପ୍ରଥମ। କଂଗ୍ରେସ ଶାସନରେ ସବୁଠି ତୁଷ୍ଟୀକରଣ ଥିଲା। କିନ୍ତୁ ୨୦୧୪ରେ ବିଜେପି କ୍ଷମତାକୁ ଆସିବାପରେ ଦେଶ କାମ କରିବାର ଏକ ନୂଆ କୌଶଳ ଦେଖିଲା। ଲୋକମାନେ ବୁଝିପାରିଲେ ଏବଂ ବିକାଶର ମଡେଲ୍‌କୁ ସମର୍ଥନ କଲେ। ଆମ ମଡେ୍‌ଲ ହେଉଛି ‘ଦେଶ ପ୍ରଥମ’। ମୋଦୀ ଏକ କବିତା ମାଧ୍ୟମରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ମୋଦୀ କଟାକ୍ଷ କରିଥିଲେ, ଯାହାର ଓଡ଼ିଆ ଅନୁବାଦ ହେଲା- ‘ତମାସା କରିବା ଲୋକେ କ’ଣ ଜାଣନ୍ତି, ମୁଁ କେତେ ଝଡ଼ତୋଫାନକୁ ଅତିକ୍ରମ କରି ଦୀପ ଜଳାଇଛି।’ ମୋଦୀ ମଧ୍ୟ ଇମର୍ଜେନ୍ସି ପ୍ରସଙ୍ଗ‌ରେ କଂଗ୍ରେସ ଉପରେ ବର୍ଷିଛନ୍ତି। ମୋଦୀ କହିଛନ୍ତି, କଂଗ୍ରେସ ବାକ୍‌ ସ୍ବାଧୀନତାକୁ ଦଳି ଦେଇଥିଲା। ଜରୁରୀ ପରିସ୍ଥିତି ସମୟରେ କିଶୋର କୁମାର ସେମାନଙ୍କ ପାଇଁ ଗାଇବାପାଇଁ ମନା କରିବାରୁ ତାଙ୍କର ସମସ୍ତ ଗୀତକୁ ଅଲ୍‌ ଇଣ୍ଡିଆ ରେଡିଓରୁ ନିଷିଦ୍ଧ କରାଯାଇଥିଲା। ସେହିପରି ଇମର୍ଜେନ୍ସିକୁ ସମର୍ଥନ ନକରିବାରୁ ପ୍ରଖ୍ୟାତ ଅଭିନେତା ଦେବ ଆନନ୍ଦଙ୍କ ସମସ୍ତ ଚଳଚ୍ଚିତ୍ର ଦୂରଦର୍ଶନରେ ନିଷିଦ୍ଧ ହୋଇଥିଲା ବୋଲି ମୋଦୀ କହିଛନ୍ତି।

Tags: