ଆମ୍ବୁଲାନ୍ସ ମିଳିଲାନି; ପୁଅ ଶବକୁ ଧରି ବସରେ ୨୦୦ କିଲୋମିଟର ଗଲା ବାପା

କୋଲକାତା: ଯନ୍ତ୍ରଣା ଜର୍ଜରିତ ଛୁଆଟି ମେଡିକାଲ ବେଡରେ ଛଟପଟ ହେବାର ୬ ଦିନ ପରେ ଆଖି ବୁଜିଲା। ଆଖି ଆଗରେ ନିଜ ଛୁଆ ଚାଲି ଯିବା ପରେ ଭାଙ୍ଗି ପଡ଼ିଥିଲା ହତଭାଗା ବାପା। ଆଉ ଏପରି ଏକ ସମୟରେ ପାଖରେ ଟଙ୍କା ନ ଥିବାରୁ ଛୁଆର ମୃତଦେହକୁ ଘରକୁ ନେବାକୁ ଭାରି ହଇରାଣ ହୋଇଥିଲା ବାପା। ବିନା ଟଙ୍କାରେ ଆମ୍ବୁଲାନ୍ସ ଯୋଗାଡ଼ ହୋଇ ନ ପାରିବାରୁ ଶେଷରେ ସେ ଏକ ବ୍ୟାଗରେ ଛୁଆର ମୃତଦେହକୁ ରଖି ବସ୍ରେ […]

Samaya Live Picture
Published On

କୋଲକାତା: ଯନ୍ତ୍ରଣା ଜର୍ଜରିତ ଛୁଆଟି ମେଡିକାଲ ବେଡରେ ଛଟପଟ ହେବାର ୬ ଦିନ ପରେ ଆଖି ବୁଜିଲା। ଆଖି ଆଗରେ ନିଜ ଛୁଆ ଚାଲି ଯିବା ପରେ ଭାଙ୍ଗି ପଡ଼ିଥିଲା ହତଭାଗା ବାପା। ଆଉ ଏପରି ଏକ ସମୟରେ ପାଖରେ ଟଙ୍କା ନ ଥିବାରୁ ଛୁଆର ମୃତଦେହକୁ ଘରକୁ ନେବାକୁ ଭାରି ହଇରାଣ ହୋଇଥିଲା ବାପା। ବିନା ଟଙ୍କାରେ ଆମ୍ବୁଲାନ୍ସ ଯୋଗାଡ଼ ହୋଇ ନ ପାରିବାରୁ ଶେଷରେ ସେ ଏକ ବ୍ୟାଗରେ ଛୁଆର ମୃତଦେହକୁ ରଖି ବସ୍ରେ ୨୦୦ କିମି ଯାତ୍ରା କଲା। ପଶ୍ଚିମବଙ୍ଗରେ ଏପରି ଏକ କଳଙ୍କିତ ଘଟଣା ଘଟିଥିବା ବେଳେ ଓଡ଼ିଶାର ଦାନ ମାଝୀ ଘଟଣାର ପୁନରାବୃତ୍ତି ହୋଇଛି। ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗରେ ତମ୍ବିତୋଫାନ ସୃଷ୍ଟି ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛି ବିଜେପି । ସିଲିଗୁଡ଼ି ଅଞ୍ଚଳର ଆଶିମ ଦେବଶର୍ମା ନିଜ ୫ ମାସର ପୁଅକୁ ଅସୁସ୍ଥତା ହେତୁ ଉତ୍ତର ବଙ୍ଗର ଏକ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ସେଠାରେ ୬ ଦିନ ଚିକିତ୍ସିତ ହେବା ପରେ ଗତ ଶନିବାର ପିଲାଟି ଆଖି ବୁଜିଥିଲା। ଏହା ମଧ୍ୟରେ ଆଶିମଙ୍କ ନିକଟରେ ଥିବା ସବୁ ଟଙ୍କା ସରି ଯାଇଥିଲା। ପିଲାଟିର ମୃତଦେହକୁ ଘରକୁ ନେବାକୁ ଆଶିମ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଅନୁରୋଧ କରିଥିଲେ। ମାତ୍ର ସେ ସଫା ସଫା ମନା କରି ଏଥିନିମନ୍ତେ ୮ ହଜାର ଟଙ୍କା ଦେବାକୁ କହିଥିଲେ। ଏପରିକି ୧୦୨ ଯୋଜନାରେ ଚାଲୁଥିବା ଆମ୍ବୁଲାନ୍ସ ସେବା ରୋଗୀଙ୍କୁ ଆଣିବାକୁ ଉଦ୍ଦିଷ୍ଟ, ମୃତଦେହ ନେବା ପାଇଁ ନୁହେଁ ବୋଲି ସେ ସଫା ସଫା ଶୁଣାଇ ଦେଇଥିଲେ।

Tags: