ଆମେ ନିଖୋଜ ହୋଇନୁ: ନିର୍ବାଚନ କମିସନ୍

ନୂଆଦିଲ୍ଲ: ମୁଖ୍ୟ ନିର୍ବାଚନ କମିସନ ରାଜୀବ କୁମାର ଆଜି କହିଛନ୍ତି, ନିର୍ବାଚନ କମିସନରମାନେ ନିଖୋଜ ହୋଇନାହାନ୍ତି। ସେମାନେ ସର୍ବଦା ଉପଲବ୍ଧ । ଲୋକସଭା ନିର୍ବାଚନ ଫଳ ଘୋଷଣା ହେବାର ଦିନକ ପୂର୍ବରୁ ଆଜି ନିର୍ବାଚନ କମିସନର ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ କହିଛନ୍ତି, ସୋସିଆଲ ମିଡିଆ ମେମେରେ ଆମକୁ ‘ଲାପତା ଜେଣ୍ଟଲମ୍ୟାନ୍’ କୁହାଯାଉଛି। କିନ୍ତୁ ଆମେ କେବେ ବି ନିଖୋଜ ହୋଇନୁ। ଆମେ ସବୁବେଳେ ଏଠାରେ ଅଛୁ । ଲୋକସଭା ନିର୍ବାଚନ ସଂକ୍ରାନ୍ତରେ ଟିପ୍ପଣୀ ରଖି […]

Samaya Live Picture
Published On

ନୂଆଦିଲ୍ଲ: ମୁଖ୍ୟ ନିର୍ବାଚନ କମିସନ ରାଜୀବ କୁମାର ଆଜି କହିଛନ୍ତି, ନିର୍ବାଚନ କମିସନରମାନେ ନିଖୋଜ ହୋଇନାହାନ୍ତି। ସେମାନେ ସର୍ବଦା ଉପଲବ୍ଧ । ଲୋକସଭା ନିର୍ବାଚନ ଫଳ ଘୋଷଣା ହେବାର ଦିନକ ପୂର୍ବରୁ ଆଜି ନିର୍ବାଚନ କମିସନର ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ କହିଛନ୍ତି, ସୋସିଆଲ ମିଡିଆ ମେମେରେ ଆମକୁ ‘ଲାପତା ଜେଣ୍ଟଲମ୍ୟାନ୍’ କୁହାଯାଉଛି। କିନ୍ତୁ ଆମେ କେବେ ବି ନିଖୋଜ ହୋଇନୁ। ଆମେ ସବୁବେଳେ ଏଠାରେ ଅଛୁ । ଲୋକସଭା ନିର୍ବାଚନ ସଂକ୍ରାନ୍ତରେ ଟିପ୍ପଣୀ ରଖି ରାଜୀବ କୁମାର କହିଛନ୍ତି, ୬୪.୨ କୋଟି ଭୋଟରଙ୍କ ସହ ଭାରତ ଏକ ୱାର୍ଲ୍ଡ ରେକର୍ଡ କରିଛି। ଏଥି ମଧ୍ୟରେ ୩୧.୨ କୋଟି ମହିଳା ଅଛନ୍ତି। ବିଶ୍ବର ସର୍ବବୃହତ୍ ନିର୍ବାଚନୀ ପ୍ରକ୍ରିୟାରେ ୬୮ ହଜାର ମନିଟରିଂ ଟିମ୍ ଏବଂ ୧.୫ କୋଟି ସୁରକ୍ଷାକର୍ମୀ ସମ୍ପୃକ୍ତ ଅଛନ୍ତି। ସିଇସି କହିଛନ୍ତି ୨୦୨୪ ନିର୍ବାଚନରେ କେବଳ ୩୯ ଥର ପୁନଃନିର୍ବାଚନ ହୋଇଛି। ଅନ୍ୟପକ୍ଷେ ୨୦୧୯ରେ ଏହା ୫୪୦ ଥିଲା। କୁମାର ମଧ୍ୟ ଏହା ଆଶ୍ବସ୍ତ କରିଛନ୍ତି ଯେ ପରବର୍ତ୍ତୀ ଲୋକସଭା ନିର୍ବାଚନ ଏପ୍ରିଲ ଶେଷ ସୁଦ୍ଧା ଶେଷ ହେବ। ଚଳିତ ଲୋକସଭା ନିର୍ବାଚନରେ ଦେଶରେ ଗ୍ରୀଷ୍ମଲହରୀ ଯୋଗୁଁ ନିର୍ବାଚନ ଡ୍ୟୁଟିରେ ଥାଇ କେବଳ ୩୩ ଜଣଙ୍କର ମୃତ୍ୟୁ ହୋଇଥିବାରୁ ସିଇସି ପରବର୍ତ୍ତୀ ଲୋକସଭା ନିର୍ବାଚନ ଏପ୍ରିଲ ଶେଷ ସୁଦ୍ଧା ହେବ ବୋଲି କହିଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ୪୯୫ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହୋଇଥିବାବେଳେ ଏଥିରୁ ୯୦ ପ୍ରତିଶତରୁ ଅଧିକ ମାମଲାର ସମାଧାନ ହୋଇଛଇ।

Tags: