ଆମେ ଗାଜାକୁ ହମାସ କବଳରୁ ମୁକ୍ତ କରିବୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସୁରକ୍ଷା କ୍ୟାବିନେଟ୍‌ ଗାଜା ସହର ଦଖଲ ପାଇଁ ଏକ ପ୍ରସ୍ତାବକୁ ଅନୁମୋଦନ କରିଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହା‌ଯାଇଛି। ଆଇଡିଏଫ୍ (ଇସ୍ରାଏଲ ପ୍ରତିରକ୍ଷା ବାହିନୀ) ଗାଜା ସହରକୁ ଅକ୍ତିଆର କରିବା ପାଇଁ ପ୍ରସ୍ତୁତି କରିବ ଏବଂ ଯୁଦ୍ଧକ୍ଷେତ୍ର ବାହାରେ ସାଧାରଣ ଲୋକଙ୍କୁ ମାନବିକ ସହାୟତା ପ୍ରଦାନକୁ ସୁନିଶ୍ଚିତ କରିବ ବୋଲି କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସୁରକ୍ଷା‌ କ୍ୟାବିନେଟ୍‌ର ଏହି ଅନୁମୋଦନକୁ ଉଭୟ […]

ଆମେ ଗାଜାକୁ ହମାସ କବଳରୁ ମୁକ୍ତ କରିବୁ
Samaya Live Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସୁରକ୍ଷା କ୍ୟାବିନେଟ୍‌ ଗାଜା ସହର ଦଖଲ ପାଇଁ ଏକ ପ୍ରସ୍ତାବକୁ ଅନୁମୋଦନ କରିଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହା‌ଯାଇଛି। ଆଇଡିଏଫ୍ (ଇସ୍ରାଏଲ ପ୍ରତିରକ୍ଷା ବାହିନୀ) ଗାଜା ସହରକୁ ଅକ୍ତିଆର କରିବା ପାଇଁ ପ୍ରସ୍ତୁତି କରିବ ଏବଂ ଯୁଦ୍ଧକ୍ଷେତ୍ର ବାହାରେ ସାଧାରଣ ଲୋକଙ୍କୁ ମାନବିକ ସହାୟତା ପ୍ରଦାନକୁ ସୁନିଶ୍ଚିତ କରିବ ବୋଲି କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସୁରକ୍ଷା‌ କ୍ୟାବିନେଟ୍‌ର ଏହି ଅନୁମୋଦନକୁ ଉଭୟ ଦେଶ ଭିତରେ ଏବଂ ବାହାରେ କଡ଼ା ସମାଲୋଚନା‌ କରାଯାଇଛି। ‌ତେଣୁ ଦିନକ ପରେ ନେତାନ୍ୟାହୁ ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି, ‘ ଆମେ ଗାଜା ଅକ୍ତିଆର କରିବାକୁ ଯାଉନାହୁଁ । ଆମ‌େ ଗାଜାକୁ ହମାସ କବଳରୁ ମୁକ୍ତ କରିବାକୁ ଚାହୁଛୁ ବୋଲି ନେତାନ୍ୟାହୁ କହିଛନ୍ତି। ଅନ୍ୟପକ୍ଷରେ ନେତାନ୍ୟାହୁଙ୍କ ଗାଜା ଦଖଲ ଯୋଜଜାକୁ ବିରୋଧ କରି ପ୍ରାୟ ୨୦ଟି ମୁସ୍‌ଲିମ ରାଷ୍ଟ୍ର ଏକଜୁଟ ହୋଇଛନ୍ତି। ଏଭଳି ପରିସ୍ଥିତି ସୃଷ୍ଟି ହେଲେ ଇସ୍ରାଏଲ ଭୟଙ୍କର ପରିଣାମ ଭୋଗିବ ବୋଲି ଅନେକ ମୁସ୍‌ଲିମ ରାଷ୍ଟ୍ର ଚେତାବନୀ ମଧ୍ୟ ଦେଇ ସାରିଛନ୍ତି।

Tags: