ଆମେରିକୀୟ ଷ୍ଟୋର୍‌ରେ ଗୁଳିକାଣ୍ଡ ହୋଇ ଗୁଜରାଟୀ ବାପା-ଝିଅ ନିହତ

ନୂଆଦିଲ୍ଲୀ:  ଆମେରିକାର ଭର୍ଜିନିଆରେ ଥିବା ଏକ ଡିପାର୍ଟମେଣ୍ଟାଲ ଷ୍ଟୋର୍‌ରେ ଜଣେ ୨୪ ବର୍ଷୀୟ ଭାରତୀୟ ଯୁବତୀ ଓ ତାଙ୍କ ୫୬ ବର୍ଷୀୟ ବାପାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଆକୋମାକ୍ କାଉଣ୍ଟିରେ ଷ୍ଟୋର୍‌ ଖୋଲିବାର କିଛି ସମୟ ପରେ ଗୁରୁବାର ଏହି ଗୁଳିକାଣ୍ଡ ଘଟିଥିଲା। ଡବଲ୍ ମର୍ଡର ମାମଲାରେ ପୁଲିସ ଜର୍ଜ ଫ୍ରେଜିୟର ଡେଭୋନ୍ ୱାର୍ଟନ୍ (୪୪) ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଓ ତା’ର ସାଥୀମାନେ ଗୁରୁବାର ସକାଳେ ମଦ […]

Samaya Live Picture
Published On

ନୂଆଦିଲ୍ଲୀ:  ଆମେରିକାର ଭର୍ଜିନିଆରେ ଥିବା ଏକ ଡିପାର୍ଟମେଣ୍ଟାଲ ଷ୍ଟୋର୍‌ରେ ଜଣେ ୨୪ ବର୍ଷୀୟ ଭାରତୀୟ ଯୁବତୀ ଓ ତାଙ୍କ ୫୬ ବର୍ଷୀୟ ବାପାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଆକୋମାକ୍ କାଉଣ୍ଟିରେ ଷ୍ଟୋର୍‌ ଖୋଲିବାର କିଛି ସମୟ ପରେ ଗୁରୁବାର ଏହି ଗୁଳିକାଣ୍ଡ ଘଟିଥିଲା। ଡବଲ୍ ମର୍ଡର ମାମଲାରେ ପୁଲିସ ଜର୍ଜ ଫ୍ରେଜିୟର ଡେଭୋନ୍ ୱାର୍ଟନ୍ (୪୪) ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଓ ତା’ର ସାଥୀମାନେ ଗୁରୁବାର ସକାଳେ ମଦ କିଣିବା ପାଇଁ ଦୋକାନରେ ପହଞ୍ଚି ଦୋକାନ କାହିଁକି ବନ୍ଦ ରହିଛି ବୋଲି ପଚାରିଥିଲେ। ଏହାପରେ ବାପା-ଝିଅଙ୍କ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ପ୍ରଦୀପ ପଟେଲଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅ ଉର୍ମିଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଗୁଜୁରାଟର ମେହସାନା ଜିଲ୍ଲାର ପ୍ରଦୀପ ପଟେଲ, ତାଙ୍କ ପତ୍ନୀ ହଂସାବେନ ଏବଂ ଝିଅ ଉର୍ମି ୬ ବର୍ଷ ତଳେ ଆମେରିକା ଚାଲି ଆସିଥିଲେ। ପରେଶ ପଟେଲ ନାମକ ଜଣେ ସମ୍ପର୍କୀୟଙ୍କ ଷ୍ଟୋର୍‌ରେ ସେମାନେ କାମ କରୁଥିଲେ। ପରେଶ ପଟେଲ ଭର୍ଜିନିଆରେ ଗଣମାଧ୍ୟକୁ କହିଛନ୍ତି ଯେ ଦୁଇ ମୃତକ ତାଙ୍କ ପରିବାର ସଦସ୍ୟ। କିଛି ଲୋକ ଏଠାକୁ ଆସି ହଠାତ ଗୁଳି ଚଳାଇଥିଲେ। ଏଭଳି ଅପରାଧ ଅତ୍ୟନ୍ତ ଅପ୍ରତ୍ୟାଶିତ ଥିଲା ବୋଲି ସେ କହିଛନ୍ତି। ଏହି ଦୁଃଖଦ ଘଟଣା ମେହସାନାରେ ଥିବା ପଟେଲଙ୍କ ସମ୍ପର୍କୀୟଙ୍କୁ ସ୍ତବ୍ଧ କରିଦେଇଛି। ପ୍ରଦୀପ ପଟେଲ ଏବଂ ହଂସାବେନଙ୍କର ଆଉ ଦୁଇଟି ଝିଅ ଅଛନ୍ତି – ଜଣେ କାନାଡାରେ ଏବଂ ଅନ୍ୟଜଣେ ଅହମ୍ମଦାବାଦରେ ରହନ୍ତି।

Tags: