ଆମେରିକା ସ୍କୁଲରେ ଗୁଳିମାଡ଼: ୩ ମୃତ, ୨୦ ଆହତ

ନୂଆଦିଲ୍ଲୀ: ଆମେରିକାର ମିନେସେଟାର ମିନେପଲିସରେ ଏକ କ୍ୟାଥୋଲିକ୍ ସ୍କୁଲରେ ବୁଧବାର ଗୁଳିକାଣ୍ଡ ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଆକ୍ରମଣକାରୀ ମଧ୍ୟ ରହିଛି। ଏହି ସ୍କୁଲରେ ପ୍ରି-କିଣ୍ଡରଗାର୍ଟେନରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପଢ଼ୁଥିଲେ। ଗଭର୍ଣ୍ଣର ଟିମ୍ ୱାଲ୍ସ ଏନେଇ ‘ଏକ୍ସ’ରେ ସୂଚନ‌ା ଦେଇଛନ୍ତି। ଗୁଳିଚାଳନା କରିଥିବା ବ୍ୟକ୍ତିର ପରିଚୟ ସଂପର୍କରେ ଖୋଳତାଡ଼ ଚାଲିଛି। ସୁରକ୍ଷା ଏଜେନ୍ସି ପକ୍ଷରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ଘଟଣା […]

ଆମେରିକା ସ୍କୁଲରେ ଗୁଳିମାଡ଼: ୩ ମୃତ, ୨୦ ଆହତ
Samaya Live Picture
Published On

ନୂଆଦିଲ୍ଲୀ: ଆମେରିକାର ମିନେସେଟାର ମିନେପଲିସରେ ଏକ କ୍ୟାଥୋଲିକ୍ ସ୍କୁଲରେ ବୁଧବାର ଗୁଳିକାଣ୍ଡ ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଆକ୍ରମଣକାରୀ ମଧ୍ୟ ରହିଛି। ଏହି ସ୍କୁଲରେ ପ୍ରି-କିଣ୍ଡରଗାର୍ଟେନରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପଢ଼ୁଥିଲେ। ଗଭର୍ଣ୍ଣର ଟିମ୍ ୱାଲ୍ସ ଏନେଇ ‘ଏକ୍ସ’ରେ ସୂଚନ‌ା ଦେଇଛନ୍ତି। ଗୁଳିଚାଳନା କରିଥିବା ବ୍ୟକ୍ତିର ପରିଚୟ ସଂପର୍କରେ ଖୋଳତାଡ଼ ଚାଲିଛି। ସୁରକ୍ଷା ଏଜେନ୍ସି ପକ୍ଷରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଦିଆଯାଇଥିବା ବେଳେ ଘଟଣାସ୍ଥଳରେ ଏଫ୍‌ବିଆଇ ତଦନ୍ତ ଜାରି ରଖିଛି।

Tags: