ଆମେରିକା ସଂସଦରେ ମୋଦୀଙ୍କ ଉଦ୍ବୋଧନ
ୱାସିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଆମେରିକା ସଂସଦର ମିଳିତ ଅଧିବେଶନରେ ଉଦ୍ବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସଂସଦ କକ୍ଷରେ ପହଞ୍ଚିବାମାତ୍ରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ଏବଂ ‘ମୋଦୀ ମୋଦୀ’ ସ୍ଲେଗାନରେ ଗୃହ କମ୍ପି ଉଠିଥିଲା। ଉପରାଷ୍ଟ୍ରପତି କମଳା ହାରିସ ଓ ବାଚସ୍ପତିଙ୍କ ନେତୃତ୍ବରେ ସାଂସଦମାନେ ମୋଦୀଙ୍କୁ ପାଛୋଟି ନେଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍ବୋଧନରେ ଭାରତ ଓ ଆମେରିକା ଗଣତନ୍ତ୍ରରେ ରହିଥିବା ସମାନତା ଓ ମହାନ ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ। ଆମେରିକା ସଂସଦରେ ଦ୍ବିତୀୟ […]
ୱାସିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଆମେରିକା ସଂସଦର ମିଳିତ ଅଧିବେଶନରେ ଉଦ୍ବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସଂସଦ କକ୍ଷରେ ପହଞ୍ଚିବାମାତ୍ରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ଏବଂ ‘ମୋଦୀ ମୋଦୀ’ ସ୍ଲେଗାନରେ ଗୃହ କମ୍ପି ଉଠିଥିଲା। ଉପରାଷ୍ଟ୍ରପତି କମଳା ହାରିସ ଓ ବାଚସ୍ପତିଙ୍କ ନେତୃତ୍ବରେ ସାଂସଦମାନେ ମୋଦୀଙ୍କୁ ପାଛୋଟି ନେଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍ବୋଧନରେ ଭାରତ ଓ ଆମେରିକା ଗଣତନ୍ତ୍ରରେ ରହିଥିବା ସମାନତା ଓ ମହାନ ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ। ଆମେରିକା ସଂସଦରେ ଦ୍ବିତୀୟ ଥର ପାଇଁ ଉଦ୍ବୋଧନ ଦେଉଥିବାରୁ ଏହା ପାଇଁ ଅତ୍ୟନ୍ତ ସମ୍ମାନର କଥା ବୋଲି ମୋଦୀ କହିଥିଲେ। ଭବ୍ୟ ସ୍ବାଗତ ପାଇଁ ଭାରତୀୟଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍ବୋଧନରେ ଭାରତ-ଆମେରିକା ସଂପର୍କର ତୁଳନା ଏଆଇ (କୃତ୍ରିମ ବୁଦ୍ଧିମତା) ସହ କରିଥିଲେ। ସେ କହିଥିଲେ ଯେ ଉଭୟ ଦେଶ ମଧ୍ୟରେ ଏବେ ଅତୁଟ ଭରସା ରହିଛି ଏବଂ ବନ୍ଧୁତା ଆହୁରି ସୁଦୃଢ଼ ହୋଇଛି। ଉଭୟ ଦେଶ ମଧ୍ୟରେ ବିଶ୍ବାସ ବଢ଼ିଛି ଏବଂ ଗତ ୭ ବର୍ଷ ମଧ୍ୟରେ ବହୁତ କିଛି ବଦଳି ଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ଉଭୟ ଭାରତ ଓ ଆମେରିକା ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଗଣତନ୍ତ୍ର ସହିତ ଉଭୟ ରାଷ୍ଟ୍ର ଗଭୀର ସଂପର୍କ। ଆମେରିକାର ସପ୍ନ ସାକାର କରିବାରେ ଭାରତ ସର୍ବଦା ସହଯୋଗ କରିଆସିଛି। ଆମେରିକାର ସ୍ବପ୍ନରେ ଭାରତୀୟଙ୍କ ଯୋଗଦାନ ଅତ୍ୟନ୍ତ ଉତ୍ସାହଜନକ ବୋଲି ପ୍ରଧାନମନ୍ତ୍ରୀ ଆମେରିକା ସଂସଦରେ କହିଥିଲେ।




