ଆମେରିକା ଲଗାଇଥିବା ୫୦ ପ୍ରତିଶତ ଶୁକ୍ଳ ମୋଦୀ ସରକାରଙ୍କ ବିଫଳ ବିଦେଶ ନୀତିର ପରିଣାମ: ଖଡ଼ଗେ

ନୂଆଦିଲ୍ଲୀ: ବୁଧବାରଠାରୁ ଭାରତ ଉପରେ ଆମେରିକାର ଅତିରିକ୍ତ ଶୁଳ୍କ ଲାଗୁ ହେବା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏହାକୁ ମୋଦୀ ସରକାରଙ୍କ ବିଫଳ ବିଦେଶ ନୀତିର ପରିଣାମ ବୋଲି କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାରଠାରୁ ଭାରତୀୟ ସାମଗ୍ରୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଏସଂକ୍ରାନ୍ତରେ ଟିପ୍ପଣୀ ଦେଇ ଖଡ଼ଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆପଣଙ୍କ ପ୍ରିୟ ବନ୍ଧୁ ‘ଅବକି ବାର ଟ୍ରମ୍ପ ସରକାର’ ଆଜିଠାରୁ ଭାରତ ଉପରେ […]

ଆମେରିକା ଲଗାଇଥିବା ୫୦ ପ୍ରତିଶତ ଶୁକ୍ଳ ମୋଦୀ ସରକାରଙ୍କ ବିଫଳ ବିଦେଶ ନୀତିର ପରିଣାମ: ଖଡ଼ଗେ
Samaya Live Picture
Published On

ନୂଆଦିଲ୍ଲୀ: ବୁଧବାରଠାରୁ ଭାରତ ଉପରେ ଆମେରିକାର ଅତିରିକ୍ତ ଶୁଳ୍କ ଲାଗୁ ହେବା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏହାକୁ ମୋଦୀ ସରକାରଙ୍କ ବିଫଳ ବିଦେଶ ନୀତିର ପରିଣାମ ବୋଲି କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାରଠାରୁ ଭାରତୀୟ ସାମଗ୍ରୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଏସଂକ୍ରାନ୍ତରେ ଟିପ୍ପଣୀ ଦେଇ ଖଡ଼ଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆପଣଙ୍କ ପ୍ରିୟ ବନ୍ଧୁ ‘ଅବକି ବାର ଟ୍ରମ୍ପ ସରକାର’ ଆଜିଠାରୁ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। କେବଳ ୧୦ଟି କ୍ଷେତ୍ରରେ ଏହି ଶୁଳ୍କର ପ୍ରଥମ ଝଟକା ଭାବେ ଆମେ ଆନୁମାନିକ ୨.୧୭ ଲକ୍ଷ କୋଟି ଟଙ୍କା ହରାଇବୁ ବୋଲି ଖଡ଼ଗେ କହିଛନ୍ତି। ଆମର କୃଷକମାନେ, ବିଶେଷକରି କପାଚାଷୀମାନେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ଆପଣ କହିଥିଲେ ଯେ ଆପଣ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଯେକୌଣସି ‘ବ୍ୟକ୍ତିଗତ ମୂଲ୍ୟ’ ଦେବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଆପଣ କିଛି କରିନାହାନ୍ତି। କଂଗ୍ରେସ ମୁଖ୍ୟ କହିଛନ୍ତି ଯେ, ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍ (ଜିଟିଆର୍‌ଆଇ) ସୂଚାଉଛି ଯେ, ଭାରତର ଜିଡିପିର ପ୍ରାୟ ୧ ପ୍ରତିଶତ ପ୍ରଭାବିତ ହୋଇପାରେ ଏବଂ ଚୀନ୍‌ ଏହାଦ୍ବାରା ଉପକୃତ ହେବ।

Tags: