ଆମେରିକା ରାଷ୍ଟ୍ରପତି ନିର୍ବାଚନ : ରିପବ୍ଲିକାନ ଦୌଡ଼ରେ ଦ୍ବିତୀୟ ସ୍ଥାନକୁ ଉଠିଲେ ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ବାମୀ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ରିପବ୍ଲିକାନ ପ୍ରାର୍ଥୀ ବିବେକ ରାମସ୍ବାମୀ ଲୋକପ୍ରିୟତାରେ ଦ୍ବିତୀୟ ସ୍ଥାନକୁ ଉଠିଛନ୍ତି। ଏମରସନ କଲେଜ ଦ୍ବାରା କରାଯାଇଥିବା ଏକ ସର୍ଭେରେ ୧୦ ପ୍ରତିଶତ ସମର୍ଥନ ସହ ସେ ଫ୍ଲୋରିଡ଼ା ଗଭର୍ଣ୍ଣର ରନ ଡିସାଣ୍ଟିସଙ୍କ ସହ ଟାଇ କରିଛନ୍ତି। ତେବେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ୫୬ ପ୍ରତିଶତ ସମର୍ଥନ ସହ ପ୍ରଥମ ସ୍ଥାନରେ ଅଛନ୍ତି। ଡିସାଣ୍ଟିସଙ୍କ ଲୋକପ୍ରିୟତା କମି ସେ ୧୦ ପ୍ରତିଶତରେ ଥିବା ବେଳେ ରାମସ୍ବାମୀ ମଧ୍ୟ […]

Samaya Live Picture
Published On

ୱାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ରିପବ୍ଲିକାନ ପ୍ରାର୍ଥୀ ବିବେକ ରାମସ୍ବାମୀ ଲୋକପ୍ରିୟତାରେ ଦ୍ବିତୀୟ ସ୍ଥାନକୁ ଉଠିଛନ୍ତି। ଏମରସନ କଲେଜ ଦ୍ବାରା କରାଯାଇଥିବା ଏକ ସର୍ଭେରେ ୧୦ ପ୍ରତିଶତ ସମର୍ଥନ ସହ ସେ ଫ୍ଲୋରିଡ଼ା ଗଭର୍ଣ୍ଣର ରନ ଡିସାଣ୍ଟିସଙ୍କ ସହ ଟାଇ କରିଛନ୍ତି। ତେବେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ୫୬ ପ୍ରତିଶତ ସମର୍ଥନ ସହ ପ୍ରଥମ ସ୍ଥାନରେ ଅଛନ୍ତି। ଡିସାଣ୍ଟିସଙ୍କ ଲୋକପ୍ରିୟତା କମି ସେ ୧୦ ପ୍ରତିଶତରେ ଥିବା ବେଳେ ରାମସ୍ବାମୀ ମଧ୍ୟ ସେହି ସ୍ତରକୁ ଉନ୍ନୀତ ହୋଇଛନ୍ତି। ପୂର୍ବରୁ ଗତ ଜୁନ ମାସରେ ଡିସାଣ୍ଟିସ ୨୧ ପ୍ରତିଶତ ଲୋକଙ୍କ ପ୍ରିୟ ଥିବାବେଳେ ରାମସ୍ବାମୀ ମାତ୍ର ୨ ପ୍ରତିଶତରେ ସୀମିତ ଥିଲେ। ରାମସ୍ବାମୀଙ୍କ ସମର୍ଥକଙ୍କ ମଧ୍ୟରୁ ୫୦ ପ୍ରତିଶତ ତାଙ୍କୁ ନିଶ୍ଚୟ ଭୋଟ ଦେବେ ବୋଲି କହିଥିବା ବେଳେ ଡିସାଣ୍ଟିଙ୍କ ଏକତୃତୀୟାଂଶ (୩୩ ପ୍ରତିଶତ) ସମର୍ଥକ ସମାନ କଥା କହିଥିଲେ। ଇତିମଧ୍ୟରେ ୮୦ ପ୍ରତିଶତ ଟ୍ରମ୍ପ ସମର୍ଥକ କହିଛନ୍ତି ଯେ, ସେମାନେ ପୂର୍ବତନ ରାଷ୍ଟ୍ରପତିଙ୍କୁ ନିଶ୍ଚୟ ଭୋଟ ଦେବେ। ରାମସ୍ବାମୀଙ୍କ ପ୍ରତି ରିପବ୍ଲିକାନମାନଙ୍କ ସମର୍ଥନ ବୃଦ୍ଧି ପାଉଥିବା ଏହି ସର୍ଭେରୁ ଜଣାପଡ଼ିଛି।

Tags: