ଆମେରିକା ରାଷ୍ଟ୍ରପତି ଦୌଡ଼ରେ ଅନ୍ୟ ଜଣେ ଭାରତୀୟ ବଂଶୋଦ୍ଭବ
ୱାସିଂଟନ: ଭାରତୀୟ ବଂଶୋଦ୍ଭବ ଇଂଜିନିୟର ହର୍ଷବର୍ଦ୍ଧନ ସିଂହ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବେ। ଏନେଇ ସେ ବିଧିବଦ୍ଧ ଘୋଷଣା କରିଛନ୍ତି। ନିକି ହାଲି ଓ ବିବେକ ରାମସ୍ବାମୀଙ୍କ ପରେ ରିପବ୍ଲିକାନ ଦଳରୁ ଏହି ଦୌଡ଼ରେ ଅବତୀର୍ଣ୍ଣ ହେବାରେ ସିଂହ ହେଉଛନ୍ତି ତୃତୀୟ ଭାରତୀୟ-ଆମେରିକୀୟ। ଟ୍ବିଟରରେ ଏକ ଭିଡ଼ିଓ ମେସେଜ ପୋଷ୍ଟ କରି ୩୮ ବର୍ଷୀୟ ସିଂହ କହିଛନ୍ତି, ସେ ହେଉଛନ୍ତି ଜଣେ ‘ଆଜୀବନ ରିପବ୍ଲିକାନ’ ଏବଂ ‘ଆମେରିକା ଫାଷ୍ଟ’ କଞ୍ଜରଭେଟିଭ୍। ନ୍ୟୁ ଜର୍ସି ରିପବ୍ଲକାନ […]
ୱାସିଂଟନ: ଭାରତୀୟ ବଂଶୋଦ୍ଭବ ଇଂଜିନିୟର ହର୍ଷବର୍ଦ୍ଧନ ସିଂହ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବେ। ଏନେଇ ସେ ବିଧିବଦ୍ଧ ଘୋଷଣା କରିଛନ୍ତି। ନିକି ହାଲି ଓ ବିବେକ ରାମସ୍ବାମୀଙ୍କ ପରେ ରିପବ୍ଲିକାନ ଦଳରୁ ଏହି ଦୌଡ଼ରେ ଅବତୀର୍ଣ୍ଣ ହେବାରେ ସିଂହ ହେଉଛନ୍ତି ତୃତୀୟ ଭାରତୀୟ-ଆମେରିକୀୟ। ଟ୍ବିଟରରେ ଏକ ଭିଡ଼ିଓ ମେସେଜ ପୋଷ୍ଟ କରି ୩୮ ବର୍ଷୀୟ ସିଂହ କହିଛନ୍ତି, ସେ ହେଉଛନ୍ତି ଜଣେ ‘ଆଜୀବନ ରିପବ୍ଲିକାନ’ ଏବଂ ‘ଆମେରିକା ଫାଷ୍ଟ’ କଞ୍ଜରଭେଟିଭ୍। ନ୍ୟୁ ଜର୍ସି ରିପବ୍ଲକାନ ପାର୍ଟିର କଞ୍ଜର୍ଭେଟିଭ୍ ଶାଖାର ପୁନରୁଦ୍ଧାର ପାଇଁ ସେ କାମ କରିଥିବା କହିଛନ୍ତି। ସିଂହ କହିଛନ୍ତି, ଗତ କିଛି ବର୍ଷ ଭିତରେ ଯାହା ଘଟିଛି ତାକୁ ବଦଳାଇବା ଏବଂ ଆମେରିକୀୟ ମୂଲ୍ୟବୋଧକୁ ଫେରାଇ ଆଣିବା ପାଇଁ ଆମର ଦୃଢ଼ ନେତୃତ୍ବର ଆବଶ୍ୟକତା ରହିଛି। ସେଥିପାଇଁ ମୁଁ ୨୦୨୪ ନିର୍ବାଚନ ପାଇଁ ରିପବ୍ଲିକାନ ପାର୍ଟି ତରଫରୁ ନାମାଙ୍କନପତ୍ର ଦାଖଲ କରିବାକୁ ଚାହେ। ସିଂହ ଫେଡ଼େରାଲ ଇଲେକ୍ସନ କମିସନ ନିକଟରେ ଗୁରୁବାର ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି।




