ଆମେରିକା ପ୍ରତ୍ୟର୍ପିତ ଭାରତୀୟଙ୍କ ଗୋଡ଼ରେ ଶିକୁଳି ପକାଇବା ଘଟଣାକୁ ତୀବ୍ର ବିରୋଧ କରିଛୁ : ସରକାର
ନୂଆଦିଲ୍ଲୀ: ଫେବ୍ରୁଆରି ୫ ତାରିଖରେ ଆମେରିକାରୁ ପ୍ରତ୍ୟର୍ପିତ ହୋଇଥିବା ଭାରତୀୟ ନାଗରିକଙ୍କୁ ଆମେରିକୀୟ କର୍ତ୍ତୃପକ୍ଷ ଯେଭଳି ବ୍ୟବହାର ଦେଖାଇଛନ୍ତି ଏବଂ ବିଶେଷ କରି ମହିଳାଙ୍କ ଗୋଡ଼ରେ ଶିକୁଳି ପକାଇବା ଘଟଣାକୁ ଭାରତ ତୀବ୍ର ବିରୋଧ କରିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ଉକ୍ତ ଘଟଣାରେ ଆମେରିକୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଉଦ୍ବେଗ ପ୍ରକାଶ କରିଛନ୍ତି ବୋଲି କେନ୍ଦ୍ର ସରକାର ଆଜି ସଂସଦରେ ସୂଚନା ଦେଇଛନ୍ତି। ବିଦେଶ ମନ୍ତ୍ରାଳୟ ଏହି ଘଟଣାରେ ଆମେରିକୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଚିନ୍ତା ପ୍ରକଟ କରିଛନ୍ତି ବୋଲି […]
ନୂଆଦିଲ୍ଲୀ: ଫେବ୍ରୁଆରି ୫ ତାରିଖରେ ଆମେରିକାରୁ ପ୍ରତ୍ୟର୍ପିତ ହୋଇଥିବା ଭାରତୀୟ ନାଗରିକଙ୍କୁ ଆମେରିକୀୟ କର୍ତ୍ତୃପକ୍ଷ ଯେଭଳି ବ୍ୟବହାର ଦେଖାଇଛନ୍ତି ଏବଂ ବିଶେଷ କରି ମହିଳାଙ୍କ ଗୋଡ଼ରେ ଶିକୁଳି ପକାଇବା ଘଟଣାକୁ ଭାରତ ତୀବ୍ର ବିରୋଧ କରିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ଉକ୍ତ ଘଟଣାରେ ଆମେରିକୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଉଦ୍ବେଗ ପ୍ରକାଶ କରିଛନ୍ତି ବୋଲି କେନ୍ଦ୍ର ସରକାର ଆଜି ସଂସଦରେ ସୂଚନା ଦେଇଛନ୍ତି। ବିଦେଶ ମନ୍ତ୍ରାଳୟ ଏହି ଘଟଣାରେ ଆମେରିକୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଚିନ୍ତା ପ୍ରକଟ କରିଛନ୍ତି ବୋଲି ମନ୍ତ୍ରାଳୟ ପକ୍ଷରୁ ଲିଖିତ ଉତ୍ତରରେ କୁହାଯାଇଛି। ସେହିପରି ଆମେରିକାରୁ ଖୁବ୍ଶୀଘ୍ର ୨୯୫ ଭାରତୀୟ ପ୍ରତ୍ୟର୍ପିତ ହେବେ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଫେବ୍ରୁଆରି ୫ ତାରିଖରୁ ଏଯାବତ ୩୮୮ ଭାରତୀୟ ବିଭିନ୍ନ ପ୍ରତ୍ୟର୍ପିତ ବିମାନରେ ଆମେରିକାରୁ ଆସି ଭାରତରେ ପହଞ୍ଚିଥିବା ସରକାର କହିଛନ୍ତି। ତେବେ ପ୍ରତ୍ୟର୍ପିତ ଭାରତୀୟଙ୍କ ମଧ୍ୟରୁ ୪୦ ପ୍ରତିଶତ ହେଉଛନ୍ତି ପଂଜାବର ଏବଂ ୩୪ ପ୍ରତିଶତ ହରିୟାଣାର।




