ଆମେରିକା ଡ୍ରୋନ୍କୁ ଖସାଇଦେଲେ ହାଉତି ଆତଙ୍କବାଦୀ

ୱାସିଂଟନ: ୟେମେନର ହାଉତି ଆତଙ୍କବାଦୀମାନେ ଆମେରିକାର ଏକ ସାମରିକ ଏମ୍କ୍ୟୁ-୯ ଡ୍ରୋନ୍କୁ ଖସାଇ ଦେଇଛନ୍ତି ବୋଲି ଦୁଇଜଣ ଆମେରିକୀୟ ଅଧିକାରୀ ଏବଂ ଇରାନ ସମର୍ଥିତ ହାଉତି ମୁଭମେଣ୍ଟ ଦାବି କରିଛନ୍ତି। ଅତୀତରେ ଆମେରିକାର ଡ୍ରୋନ୍କୁ ହାଉତିମାନେ ଖସାଇଥିବା ବେଳେ ବର୍ତ୍ତମାନର ଘଟଣା ଏକ ଉତ୍ତେଜନାପୂର୍ଣ୍ଣ ସମୟରେ ଘଟିଛି। ଇସ୍ରାଏଲ-ହମାସ ଯୁଦ୍ଧ ସମୟରେ ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଇରାନ ସମର୍ଥିତ ଗୋଷ୍ଠୀଙ୍କ କାର୍ଯ୍ୟକଳାପ ପ୍ରତି ୱାସିଂଟନ ସତର୍କ ରହିଛି। ଆମେରିକୀୟ ଅଧିକାରୀମାନେ କହିଛନ୍ତି ଯେ ଜେନେରାଲ ଆଟମିକ୍ସ […]

Samaya Live Picture
Published On

ୱାସିଂଟନ: ୟେମେନର ହାଉତି ଆତଙ୍କବାଦୀମାନେ ଆମେରିକାର ଏକ ସାମରିକ ଏମ୍କ୍ୟୁ-୯ ଡ୍ରୋନ୍କୁ ଖସାଇ ଦେଇଛନ୍ତି ବୋଲି ଦୁଇଜଣ ଆମେରିକୀୟ ଅଧିକାରୀ ଏବଂ ଇରାନ ସମର୍ଥିତ ହାଉତି ମୁଭମେଣ୍ଟ ଦାବି କରିଛନ୍ତି। ଅତୀତରେ ଆମେରିକାର ଡ୍ରୋନ୍କୁ ହାଉତିମାନେ ଖସାଇଥିବା ବେଳେ ବର୍ତ୍ତମାନର ଘଟଣା ଏକ ଉତ୍ତେଜନାପୂର୍ଣ୍ଣ ସମୟରେ ଘଟିଛି। ଇସ୍ରାଏଲ-ହମାସ ଯୁଦ୍ଧ ସମୟରେ ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଇରାନ ସମର୍ଥିତ ଗୋଷ୍ଠୀଙ୍କ କାର୍ଯ୍ୟକଳାପ ପ୍ରତି ୱାସିଂଟନ ସତର୍କ ରହିଛି।
ଆମେରିକୀୟ ଅଧିକାରୀମାନେ କହିଛନ୍ତି ଯେ ଜେନେରାଲ ଆଟମିକ୍ସ ଦ୍ୱାରା ନିର୍ମିତ ଡ୍ରୋନ୍କୁ ୟେମେନ ଉପକୂଳରୁ ତଳକୁ ଖସାଯାଇଛି। ତେବେ ଏହାକୁ ଅନ୍ତର୍ଜାତୀୟ ଆକାଶମାର୍ଗରେ ଖସାଇ ଦିଆଯାଇଛି କି ନାହିଁ ସେ ନେଇ ସେମାନେ କିଛି କହିନାହାନ୍ତି। ହାଉତି ସେନାର ଜଣେ ମୁଖପାତ୍ର କହିଛନ୍ତି ଯେ ସେମାନେ ୟେମେନ ଜଳସୀମାରେ ଆକାଶମାର୍ଗରେ ଡ୍ରୋନ୍କୁ ଖସାଇ ଦେଇଛନ୍ତି। ୨୦୧୯ରେ ୟେମେନରେ ଏହି ଗୋଷ୍ଠୀ ଦୁଇଟି ଆମେରିକୀୟ ଡ୍ରୋନ୍କୁ ଖସାଇ ଦେଇଥିଲା। ଗତ ମାସରେ ଆମେରିକା ନୌସେନାର ଏକ ଯୁଦ୍ଧ ଜାହାଜ ୟେମେନରୁ ଇସ୍ରାଏଲ ଉଦ୍ଦେଶ୍ୟରେ ହଉତିମାନଙ୍କ ଦ୍ୱାରା ଛଡ଼ାଯାଇଥିବା ୪ଟି କ୍ରୁଜ୍ କ୍ଷେପଣାସ୍ତ୍ର ଓ ଏକ ଡଜନରୁ ଅଧିକ ଡ୍ରୋନ୍କୁ ଅଟକାଇଥିଲା।

Tags: