ଆମେରିକା, ଜାପାନ ଓ ୟୁରୋପରେ ପ୍ରବଳ ଗ୍ରୀଷ୍ମଲହରି

ୱାସିଂଟନ: ଆମେରିକାରେ ପ୍ରବଳ ଗ୍ରୀଷ୍ମଲହରି ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି। ଶନିବାର ଆମେରିକାରେ ଗ୍ରୀଷ୍ମଲହରି ରେକର୍ଡ ଭାଙ୍ଗିଛି। ଏଥି ସହ ୟୁରୋପ, ଜାପାନରେ ଭୟଙ୍କର ଗ୍ରୀଷ୍ମଲହରି ବିଶ୍ବତାପନର ଭୟାବହତାକୁ ସ୍ପଷ୍ଟ କରିଦେଇଛି। ଆମେରିକାର କାଲିଫର୍ଣ୍ଣିଆରୁ ଟେକ୍ସାସ ପର୍ଯ୍ୟନ୍ତ ଗ୍ରୀଷ୍ମଲହରି ଅନୁଭୂତ ହୋଇଥିବା ବେଳେ ପଶ୍ଚିମାଞ୍ଚଳରେ ଦିବସର ତାପମାତ୍ରା ସ୍ବାଭାବିକଠାରୁ ୧୦ରୁ ୨୦ ଡିଗ୍ରି ଫାରେନହିଟ ପର୍ଯ୍ୟନ୍ତ ଅଧିକ ରହିଥିଲା। ଆରିଜୋନାରେ ସର୍ବାଧିକ ତାପମାତ୍ରା ଅନୁଭୂତ ହୋଇଥିଲା । ରାଜଧାନୀ ଫିନିକ୍ସର ସର୍ବୋଚ୍ଚ ତାପମାତ୍ରା କ୍ରମାଗତ ୧୬ ଦିନ ଯାଏ […]

Samaya Live Picture
Published On

ୱାସିଂଟନ: ଆମେରିକାରେ ପ୍ରବଳ ଗ୍ରୀଷ୍ମଲହରି ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି। ଶନିବାର ଆମେରିକାରେ ଗ୍ରୀଷ୍ମଲହରି ରେକର୍ଡ ଭାଙ୍ଗିଛି। ଏଥି ସହ ୟୁରୋପ, ଜାପାନରେ ଭୟଙ୍କର ଗ୍ରୀଷ୍ମଲହରି ବିଶ୍ବତାପନର ଭୟାବହତାକୁ ସ୍ପଷ୍ଟ କରିଦେଇଛି। ଆମେରିକାର କାଲିଫର୍ଣ୍ଣିଆରୁ ଟେକ୍ସାସ ପର୍ଯ୍ୟନ୍ତ ଗ୍ରୀଷ୍ମଲହରି ଅନୁଭୂତ ହୋଇଥିବା ବେଳେ ପଶ୍ଚିମାଞ୍ଚଳରେ ଦିବସର ତାପମାତ୍ରା ସ୍ବାଭାବିକଠାରୁ ୧୦ରୁ ୨୦ ଡିଗ୍ରି ଫାରେନହିଟ ପର୍ଯ୍ୟନ୍ତ ଅଧିକ ରହିଥିଲା। ଆରିଜୋନାରେ ସର୍ବାଧିକ ତାପମାତ୍ରା ଅନୁଭୂତ ହୋଇଥିଲା ।
ରାଜଧାନୀ ଫିନିକ୍ସର ସର୍ବୋଚ୍ଚ ତାପମାତ୍ରା କ୍ରମାଗତ ୧୬ ଦିନ ଯାଏ ୧୦୯ ଡିଗ୍ରି ଫାରେନହିଟ (୪୩ ଡିଗ୍ରି ସେଲସିୟସ)ରୁ ଉପରେ ରହିଥିଲା। ଶନିବାରର ତାପମାତ୍ରା ୧୧୧ ଡିଗ୍ରି ଫାରେନହିଟ ରହିଥିବା ବେଳେ ଏହା ୧୧୫ ଡିଗ୍ରି ଯାଏ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କାଲିଫର୍ଣ୍ଣିଆର ଡେଥ୍‌ ଭାଲି (ମୃ୍ତ୍ୟୁ ଉପତ୍ୟକା) ପୃଥିବୀର ସବୁଠୁ ଉତ୍ତପ୍ତ ସ୍ଥାନରେ ପରିଣତ ହୋଇଛି, ଯାହାର ତାପମାତ୍ରା ରବିବାର ୧୩୦ ଫାରେନହିଟ୍ (୫୪ ଡିଗ୍ରି ସେଲସିୟସ) ଯାଏ ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଥିଲା। ଶନିବାରର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୪୮ ଡିଗ୍ରି ଓ ୩୮ ଡିଗ୍ରି ସେଲସିୟସ ରହିଥିଲା। ଉଲ୍ଲେଖଯୋଗ୍ୟ ଯେ ଦକ୍ଷିଣ କାଲିଫର୍ଣ୍ଣିଆରେ ଅନେକ ଜାଗାରେ ଜଙ୍ଗଲରେ ନିଆଁ ଲାଗିବା ଯୋଗୁ ଗ୍ରୀଷ୍ମଲହରି ଭୟଙ୍କର ହୋଇଛି। ସେଠାରେ ଅଦ୍ୟାବଧି ୩,୦୦୦ ଏକର ଜଙ୍ଗଲ ଜଳିସାରିଲାଣି। ସେହିପରି କାନାଡ଼ାରେ ଚଳିତ ବର୍ଷ ରେକର୍ଡ ୧୦ ନିୟୁତ ହେକ୍ଟର ଜଙ୍ଗଲ ପୋଡ଼ି ନଷ୍ଟ ହୋଇଥିବା ରିପୋର୍ଟ ମିଳିଛି। ୟୁରୋପରେ ଇଟାଲିର ରୋମ୍‌ ସମେତ ୧୬ ସହର ତତଲା ତାୱାରେ ପଡ଼ିବା ପରି ଅନୁଭବ ହେଉଛି। ରୋମରେ ସୋମବାର ପାରଦ ୪୦ ଡିଗ୍ରି ଓ ମଙ୍ଗଳବାର ୪୩ ଡିଗ୍ରି ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି।

Tags: