ଆମେରିକା ଘାଟିରେ ଇରାନ ଆକ୍ରମଣ , ବାୟୁସୀମା ବନ୍ଦକଲେ ୪ ରାଷ୍ଟ୍ର

ତେହରାନ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଘନେଇବାରେ ଲାଗିଛି। ଇରାନ-ଇସ୍ରାଏଲ ଯୁଦ୍ଧକୁ ୧୨ ଦିନ ବିତିଥିବାବେଳେ ଯୁଦ୍ଧ କମିବା ପରିବର୍ତ୍ତେ ଉଗ୍ର ରୂପ ନେଇଛି। ଇରାନର ୩ଟି ପରମାଣୁ ଠିକଣାରେ ଆମେରିକା ଗତ ଶନିବାର ଆକ୍ରମଣ କରି ଧ୍ବଂସ କରିବାର ଦିନକ ପରେ ଇରାନ୍‌ ପ୍ରତିଶୋଧ ନେବା ଆରମ୍ଭ କରିଛି। କତର ଏବଂ ଇରାକରେ ଥିବା ଆମେରିକାର ସାମରିକ ଘ‌ାଟି ଉପରେ ଇରାନ କ୍ଷେପଣାସ୍ତ୍ର ମାଡ଼ ଆରମ୍ଭ କରିଦେଇଛି। କତର ରାଜଧାନୀ ଦୋହାସ୍ଥିତ ଆମେରିକାର ସାମରିକ ଘାଟି ଅଲ ଉଦେଦ୍‌ […]

ଆମେରିକା ଘାଟିରେ ଇରାନ ଆକ୍ରମଣ , ବାୟୁସୀମା ବନ୍ଦକଲେ ୪ ରାଷ୍ଟ୍ର
Samaya Live Picture
Published On

ତେହରାନ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଘନେଇବାରେ ଲାଗିଛି। ଇରାନ-ଇସ୍ରାଏଲ ଯୁଦ୍ଧକୁ ୧୨ ଦିନ ବିତିଥିବାବେଳେ ଯୁଦ୍ଧ କମିବା ପରିବର୍ତ୍ତେ ଉଗ୍ର ରୂପ ନେଇଛି। ଇରାନର ୩ଟି ପରମାଣୁ ଠିକଣାରେ ଆମେରିକା ଗତ ଶନିବାର ଆକ୍ରମଣ କରି ଧ୍ବଂସ କରିବାର ଦିନକ ପରେ ଇରାନ୍‌ ପ୍ରତିଶୋଧ ନେବା ଆରମ୍ଭ କରିଛି। କତର ଏବଂ ଇରାକରେ ଥିବା ଆମେରିକାର ସାମରିକ ଘ‌ାଟି ଉପରେ ଇରାନ କ୍ଷେପଣାସ୍ତ୍ର ମାଡ଼ ଆରମ୍ଭ କରିଦେଇଛି। କତର ରାଜଧାନୀ ଦୋହାସ୍ଥିତ ଆମେରିକାର ସାମରିକ ଘାଟି ଅଲ ଉଦେଦ୍‌ ଉପରେ ଇରାନ ଶକ୍ତିଶାଳୀ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହି ଘାଟି ଉପରେ ଇରାନ ୧୦ଟି ‌କ୍ଷେପଣାସ୍ତ୍ର ମାଡ଼ କରିଛି। ସେହିଭଳି ଇରାକସ୍ଥିତ ଆମେରିକାର ସାମରିକ ଘାଟି ଉପରେ ମଧ୍ୟ ଇରାନ ଗୋଟିଏ କ୍ଷେପଣାସ୍ତ୍ର ମାଡ଼ କରିଛି ବୋଲି ଦାବି କରିଛି। ଅନ୍ୟପକ୍ଷରେ ଅଲ ଉଦେଦ୍‌ ଘାଟି ଉପରେ ଇରାନର ଆକ୍ରମଣକୁ ସଫଳତାର ସହ ପ୍ରତିହତ କରାଯାଇଛି ବୋଲି ଦୋହା ଦାବି କରିଛି। ଇରାନ ଆକ୍ରମଣକୁ ସିଧାସଳଖ ଜବାବ ଦେବା ଅଧିକାର କତରର ରହିଛି ବୋଲି ଏହି ଦେଶ କହିଛି। କତରରେ ଇରାନ ଆକ୍ରମଣ କରିବା ପରେ ବାହାରିନ ଏହାର ବାୟୁସୀମାକୁ ଅସ୍ଥାୟୀଭାବେ ବନ୍ଦ କରିଦେଇଛି। ‌କେବଳ କତର ନୁହେଁ, ସୁରକ୍ଷା ଦୃଷ୍ଟିରେ ରଖି ବାହାରିନ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ କୁଏତ ଭଳି ୪ଟି ଦେଶ ବର୍ତ୍ତମାନ ସୁଦ୍ଧା ସେମାନଙ୍କର ବାୟୁସୀମାକୁ ବନ୍ଦ ଘୋଷଣା କରିଛନ୍ତି। ଏଥିସହିତ ଏୟାର ଇଣ୍ଡିଆ ମଧ୍ୟପ୍ରାଚ୍ୟ ଉପର ଦେଇ ଏହାର ସମସ୍ତ ବିମାନ ଉଡ଼ାଣ ବାତିଲ କରିଛି। ତେବେ ଆମେରିକା ଘାଟି ଉପରେ ଆକ୍ରମଣ ପୂର୍ବରୁ କତରକୁ ସୂଚନା ଦିଆଯିବ ବୋଲି ଇରାନ କହିଛି। ଏଭଳି ସ୍ଥିତିରେ କତର ସ୍ଥିତ ସାମରିକ ଘାଟି ଉପରେ ଆକ୍ରମଣ ଫଳରେ ‌‌କାହାରି ମୃତ୍ୟୁ ହୋଇ ନଥିବା ଆମେରିକାର ଜଣେ ଅଧିକାରୀ କହିଛନ୍ତି।

Tags: