ଆମେରିକା ଗୁଇନ୍ଦା ବିଭାଗର ମୁଖ୍ୟ ତୁଳସୀ ଗବାର୍ଡଙ୍କୁ ନେଇ ସବୁଠି ଚର୍ଚ୍ଚା
ୱାସିଂଟନ: ବୁଧବାର ତୁଳସୀ ଗବାର୍ଡ ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସପକ୍ଷରେ ୫୨ ଜଣ ସିନେଟର ଭୋଟ୍ ଦେଇଥିବା ବେଳେ ୪୮ ଜଣ ବିପକ୍ଷରେ ଭୋଟ୍ ଦେଇଥିଲେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥନରେ ନିଯୁକ୍ତି ପାଇଥିବା ଗବାର୍ଡ ଏବେ ଆମେରିକାର ୧୮ଟି ଗୁଇନ୍ଦା ଏଜେନ୍ସିର ମୁଖ୍ୟ ଦାୟିତ୍ୱରେ ରହିବେ ଏବଂ ସେମାନଙ୍କ କାର୍ଯ୍ୟର ତଦାରଖ କରିବେ। ୨୦୦୧ ସେପ୍ଟେମ୍ବର ୧୧ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରକାଶିତ ଗୁଇନ୍ଦା ବିଫଳତାର ସମାଧାନ […]
ୱାସିଂଟନ: ବୁଧବାର ତୁଳସୀ ଗବାର୍ଡ ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସପକ୍ଷରେ ୫୨ ଜଣ ସିନେଟର ଭୋଟ୍ ଦେଇଥିବା ବେଳେ ୪୮ ଜଣ ବିପକ୍ଷରେ ଭୋଟ୍ ଦେଇଥିଲେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥନରେ ନିଯୁକ୍ତି ପାଇଥିବା ଗବାର୍ଡ ଏବେ ଆମେରିକାର ୧୮ଟି ଗୁଇନ୍ଦା ଏଜେନ୍ସିର ମୁଖ୍ୟ ଦାୟିତ୍ୱରେ ରହିବେ ଏବଂ ସେମାନଙ୍କ କାର୍ଯ୍ୟର ତଦାରଖ କରିବେ। ୨୦୦୧ ସେପ୍ଟେମ୍ବର ୧୧ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରକାଶିତ ଗୁଇନ୍ଦା ବିଫଳତାର ସମାଧାନ ପାଇଁ ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଗଠନ କରାଯାଇଥିଲା। ଗବାର୍ଡ ହେଉଛନ୍ତି ତୃତୀୟ ମହିଳା ଯିଏ ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ। ତେବେ ସିନେଟ୍ ଦ୍ୱାରା ନିଶ୍ଚିତ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ଦ୍ୱିତୀୟ ମହିଳା ଯିଏ କି ଆବରିଲ୍ ହେନ୍ସଙ୍କ ପରେ ଏହି ସମ୍ମାନଜନକ ପଦବୀରେ ରହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୦ ନଭେମ୍ବର ୨୩ରେ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ମନୋନୀତ ହେନ୍ସ ୨୦୨୧ ଜାନୁଆରି ୨୦ରେ ନିଶ୍ଚିତ ହୋଇଥିଲେ, କିନ୍ତୁ ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ପରେ ଇସ୍ତଫା ଦେଇଥିଲେ ଏବଂ ଲୋରା ସିଆଓ କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ୨୦୨୪ ନଭେମ୍ବର ୧୩ତାରିଖରେ ନବନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଆଗାମୀ କାର୍ଯ୍ୟକାଳରେ ଗବାର୍ଡଙ୍କୁ ଏହି ଭୂମିକା ପାଇଁ ମନୋନୀତ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ତୁଳସୀ ଗବାର୍ଡ ହେଉଛନ୍ତି ଇରାକ ଯୁଦ୍ଧର ପୂର୍ବତନ ଯବାନ। ନ୍ୟାସନାଲ ଗାର୍ଡର ଲେଫ୍ଟନାଣ୍ଟ କର୍ଣ୍ଣେଲ ଭାବରେ ଗାବାର୍ଡ ଆଫ୍ରିକା ଓ ମଧ୍ୟପ୍ରାଚ୍ୟରେ ଯୁଦ୍ଧ କ୍ଷେତ୍ରରେ ତିନିଥର ମୁତୟନ ହୋଇ କାର୍ଯ୍ୟ କରିଥିଲେ। ସେ ଜଣେ ହିନ୍ଦୁ ହୋଇଥିବାରୁ ତାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା।




