ଆମେରିକା ଗସ୍ତ ‌ଶେଷ, ଇଜିପ୍ଟ ଗସ୍ତରେ ମୋଦୀ

ୱାସିଂଟନ୍‌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଶେଷ ହୋଇଛି। ଶୁକ୍ରବାର ‌ମୋଦୀଙ୍କ ଆମେରିକା ଗସ୍ତର ଶେଷ ଦିନରେ ମୋଦୀ ୱାସିଂଟନର ରୋନାଲ୍ଡ ରେଗାନ ସେଣ୍ଟରରେ ଭାରତୀୟ ବଂଶୋଦ୍ଭବଙ୍କୁ ଉଦ୍‌ବୋଧନ ଦେଇଥିଲେ। ଭାରତୀୟ ସମ୍ପ୍ରଦାୟଙ୍କୁ ଉଦବୋଧନ ଦେଇ ମୋଦୀ କହିଛନ୍ତି, ଆଜିର ପରିବର୍ତ୍ତିତ ଭାରତ ଆପଣମାନଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଦେଶରେ ଏକ ବଡ଼ ଧରଣର ଅପ୍ରତ୍ୟାଶିତ ଡିଜିଟାଲ୍‌ ବିପ୍ଳବ ଆସିଛି। ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କ ଭୂମିକାକୁ ମୋଦୀ ପ୍ରଶଂସା କରିଛନ୍ତି ଏବଂ ଭାରତ -ଆମେରିକା ସମ୍ପର୍କ […]

Samaya Live Picture
Published On

ୱାସିଂଟନ୍‌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଶେଷ ହୋଇଛି। ଶୁକ୍ରବାର ‌ମୋଦୀଙ୍କ ଆମେରିକା ଗସ୍ତର ଶେଷ ଦିନରେ ମୋଦୀ ୱାସିଂଟନର ରୋନାଲ୍ଡ ରେଗାନ ସେଣ୍ଟରରେ ଭାରତୀୟ ବଂଶୋଦ୍ଭବଙ୍କୁ ଉଦ୍‌ବୋଧନ ଦେଇଥିଲେ। ଭାରତୀୟ ସମ୍ପ୍ରଦାୟଙ୍କୁ ଉଦବୋଧନ ଦେଇ ମୋଦୀ କହିଛନ୍ତି, ଆଜିର ପରିବର୍ତ୍ତିତ ଭାରତ ଆପଣମାନଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଦେଶରେ ଏକ ବଡ଼ ଧରଣର ଅପ୍ରତ୍ୟାଶିତ ଡିଜିଟାଲ୍‌ ବିପ୍ଳବ ଆସିଛି। ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କ ଭୂମିକାକୁ ମୋଦୀ ପ୍ରଶଂସା କରିଛନ୍ତି ଏବଂ ଭାରତ -ଆମେରିକା ସମ୍ପର୍କ ସୁଦୃଢ଼ ହେବାର ଶ୍ରେୟ ସେମାନଙ୍କୁ ପ୍ରଦାନ କରିଛନ୍ତି। ରୋନାଲ୍ଡ ରେଗାନ ସେଣ୍ଟର କାର୍ଯ୍ୟକ୍ରମରେ ଅନେକ ଲୋକଙ୍କ ଭିଡ଼ ହୋଇଥିଲା। ମୋଦୀ କହିିଥିଲେ ଏହା ହେଉଛି ମିନି ଭାରତ। ମୋଦୀଙ୍କ ଆମେରିକା ଗସ୍ତ ଶେଷ ହୋଇଛି। ‌ମୋଦୀ ଆଜିଠାରୁ ଇଜିପ୍ଟ ଗସ୍ତରେ ବାହାରିଛନ୍ତି। ଇଜିପ୍ଟ ରାଷ୍ଟ୍ରପତି ଅବଦେଶ ଫତେ ଏଲ୍‌ ସିସିଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ଇଜିପ୍ଟ ଯାଇଛନ୍ତି। ମୋଦୀଙ୍କର ଆମେରିକାକୁ ଏହା ପ୍ରଥମ ରାଷ୍ଟ୍ରୀୟ ଗସ୍ତ ଥିଲା। ପୂର୍ବରୁ ସେ ଅନେକ ଥର ଆମେରିକା ଯାଇଛନ୍ତି କିନ୍ତୁ ଏହା ତାଙ୍କର ପ୍ରଥମ ରାଷ୍ଟ୍ରୀୟ ଗସ୍ତ।

Tags: