ଆମେରିକା ଗସ୍ତରେ ଯିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ବିଶ୍ବ ବ୍ୟାଙ୍କ୍, ‘ଇଣ୍ଟର୍ନ୍ୟାସ୍ନାଲ୍ ମନିଟାରି ଫଣ୍ଡ୍’, ‘ଜି୨୦ ଅର୍ଥମନ୍ତ୍ରୀ’ ଏବଂ ‘ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଗଭର୍ଣ୍ଣର୍ସ’ର ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେବା ପାଇଁ ସୋମବାର ଠାରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆମେରିକା ଗସ୍ତ କରିବେ। ଏ ସଂକ୍ରାନ୍ତରେ ଅର୍ଥ ମନ୍ତ୍ରାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ସୀତାରମଣ ନିବେଶକ, ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞ ମଣ୍ଡଳୀଙ୍କ ସହିତ ଆଲୋଚନା କରିବେ। ଆମେରିକାର ଟ୍ରେଜେରି ସଚିବ ଜେନେଟ୍ ୟେଲେନ୍ଙ୍କ ସହିତ ବୈଠକ କରିବା ସମେତ କେତେକ ଦ୍ବିପାକ୍ଷିକ […]

Samaya Live Picture
Published On

ନୂଆଦିଲ୍ଲୀ: ବିଶ୍ବ ବ୍ୟାଙ୍କ୍, ‘ଇଣ୍ଟର୍ନ୍ୟାସ୍ନାଲ୍ ମନିଟାରି ଫଣ୍ଡ୍’, ‘ଜି୨୦ ଅର୍ଥମନ୍ତ୍ରୀ’ ଏବଂ ‘ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଗଭର୍ଣ୍ଣର୍ସ’ର ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେବା ପାଇଁ ସୋମବାର ଠାରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆମେରିକା ଗସ୍ତ କରିବେ। ଏ ସଂକ୍ରାନ୍ତରେ ଅର୍ଥ ମନ୍ତ୍ରାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ସୀତାରମଣ ନିବେଶକ, ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞ ମଣ୍ଡଳୀଙ୍କ ସହିତ ଆଲୋଚନା କରିବେ। ଆମେରିକାର ଟ୍ରେଜେରି ସଚିବ ଜେନେଟ୍ ୟେଲେନ୍ଙ୍କ ସହିତ ବୈଠକ କରିବା ସମେତ କେତେକ ଦ୍ବିପାକ୍ଷିକ ଅଧିବେଶନରେ ଅଂଶଗ୍ରହଣ କରିବେ। ଏହାଛଡ଼ା, ସେ ବହୁପାକ୍ଷିକ ବ୍ୟାଙ୍କ୍ ଉନ୍ନୟନ, ଡିଜିଟାଲ୍ ପବ୍ଲିକ୍ ଭିତ୍ତିଭୂମି ଏବଂ କ୍ରିପ୍ଟୋ ସମ୍ପତ୍ତି ସୁଦୃଢ଼ କରାଯିବା ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ ଆଲୋଚନା କରିବେ। ଏଥିପାଇଁ ସେ ଅର୍ଥ ମନ୍ତ୍ରାଳୟ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଅଧିକାରୀମାନଙ୍କୁ ସାଥିରେ ନେଇ ୧୦ରୁ ୧୬ ଏପ୍ରିଲ୍ ପର୍ଯ୍ୟନ୍ତ ସରକାରୀ ଗସ୍ତରେ ଆମେରିକା ଯିବେ। ସେଠାରେ ଏପ୍ରିଲ୍ ୧୨ ଓ ୧୩ରେ ହେବାକୁ ଥିବା ଦ୍ବିତୀୟ ‘ଜି୨୦ ଏଫ୍ଏମ୍ସିବିଜି’ ବୈଠକରେ ସୀତାରମଣ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ ମିଳିତ ଭାବେ ଅଧ୍ୟକ୍ଷତା କରିବେ। ପରେ ଏପ୍ରିଲ୍ ୧୧ ତାରିଖ ଦିନ ଅର୍ଥମନ୍ତ୍ରୀ ସୀତାରମଣ ୟୁଏସ୍ ଟ୍ରେଜେରି ସଚିବ ଜେନେଟ୍ ୟେଲେନ୍ଙ୍କୁ ସାକ୍ଷାତ କରିବେ।

Tags: