ଆମେରିକା ଓ ଇଂଲଣ୍ଡର ପର୍ବାତାରୋହୀଙ୍କୁ ତିନି ଦିନ ପରେ ଉଦ୍ଧାର କଲା ଭାରତୀୟ ବାୟୁସେନା
ନୂଆଦିଲ୍ଲୀ: ତିନିଦିନର ଉଦ୍ଧାର ଅଭିଯାନ ପରେ ଆମେରିକା ଓ ଇଂଲଣ୍ଡର ଦୁଇ ମହିଳା ପର୍ବତାରୋହୀ ଥେରେସା ଭୋରାକ୍ ଓ ଫେ ଜାନ୍ଙ୍କୁ ଭାରତୀୟ ବାୟୁସେନା ଉଦ୍ଧାର କରିଛି। ଉଭୟ ପର୍ବତାରୋହୀ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ଚୌଖମ୍ବା-୩ ଗିରିଶୃଙ୍ଗ ୬ହଜାର ୧୫ ମିଟର ଉଚ୍ଚରେ ଅଟକି ରହିଥିଲେ। ସୂଚନାନୁସାରେ, ସେପ୍ଟମ୍ବର ୧୫ରେ ଗିରିଶୃଙ୍ଗ ଆରୋହଣ କରିବାକୁ ଉଭୟ ପର୍ବତାରୋହୀ ବାହାରିଥିଲେ। ୬ ହଜାର ମିଟର ଉଚ୍ଚରେ ପ୍ରବଳ ତୁଷାରପାତ ଓ ଘନ କୁନୁଡ଼ି ଯୋଗୁଁ ସେମାନେ ଭାରସାମ୍ୟ ହରାଇ […]
ନୂଆଦିଲ୍ଲୀ: ତିନିଦିନର ଉଦ୍ଧାର ଅଭିଯାନ ପରେ ଆମେରିକା ଓ ଇଂଲଣ୍ଡର ଦୁଇ ମହିଳା ପର୍ବତାରୋହୀ ଥେରେସା ଭୋରାକ୍ ଓ ଫେ ଜାନ୍ଙ୍କୁ ଭାରତୀୟ ବାୟୁସେନା ଉଦ୍ଧାର କରିଛି। ଉଭୟ ପର୍ବତାରୋହୀ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ଚୌଖମ୍ବା-୩ ଗିରିଶୃଙ୍ଗ ୬ହଜାର ୧୫ ମିଟର ଉଚ୍ଚରେ ଅଟକି ରହିଥିଲେ। ସୂଚନାନୁସାରେ, ସେପ୍ଟମ୍ବର ୧୫ରେ ଗିରିଶୃଙ୍ଗ ଆରୋହଣ କରିବାକୁ ଉଭୟ ପର୍ବତାରୋହୀ ବାହାରିଥିଲେ। ୬ ହଜାର ମିଟର ଉଚ୍ଚରେ ପ୍ରବଳ ତୁଷାରପାତ ଓ ଘନ କୁନୁଡ଼ି ଯୋଗୁଁ ସେମାନେ ଭାରସାମ୍ୟ ହରାଇ ଫସିଯାଇଥିଲେ। ସେମାନେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ ମଧ୍ୟ ସେମାନଙ୍କ ଖାଦ୍ୟ ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ଭର୍ତ୍ତି ବ୍ୟାଗ୍ ଖାତରେ ଖସିଯାଇଥିଲା। ଏନେଇ ସେମାନେ ସେମାନଙ୍କ ଯୋଗାଯୋଗ ଅଧିକାରୀଙ୍କୁ ପେଜର୍ ଜରିଆରେ ସୂଚନା ପଠାଇଥିଲେ। ଏହି ଘଟଣା ଜାଣିବା ପରେ ଶୁକ୍ରବାର, ଭାରତୀୟ ବାୟୁସେନା, ଏସ୍ଡିଆର୍ଏଫ୍ର ଯୁଗ୍ମ ଟିମ୍ ସେମାନଙ୍କୁ ଉଦ୍ଧାର କରିବାକୁ ବାହାରିଥିଲେ। ଏଥିପାଇଁ ବାୟୁସେନାର ଦୁଇଟି ହେଲିକପ୍ଟର ବ୍ୟବହାର କରାଯାଇଥିଲା। ରବିବାର ଭୋର୍ରେ ସମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।




