ଆମେରିକା ଏୟାର ସୋ’ ସମୟରେ ମଝି ଆକାଶରେ ୨ ବିମାନ ମୁହାଁମୁହିଁ ଧକ୍କା, ପାଇଲଟ୍ ମୃତ
ୱାସିଂଟନ : ଆମେରିକାର ନେବାଡ଼ା ଅଞ୍ଚଳରେ ରବିବାର ଅନୁଷ୍ଠିତ ନେସନାଲ ଚାମ୍ପିଅନସିପ୍ ଏୟାର ରେସ୍ ଏବଂ ଏୟାର ସୋ ସମୟରେ ୨ ବିମାନ ମୁହାଁମୁହିଁ ଧକ୍କା ହେବା ଫଳରେୁ ୨ ଜଣ ପାଇଲଟଙ୍କର ମୃତ୍ୟୁ ହୋଇଯାଇଛି। ରବିବାର ଅପରାହ୍ନ ପ୍ରାୟ ୨.୧୫ ସମୟରେ ଟି-୧୬ ଗୋଲ୍ଡ ରେସ୍ ଶେଷ ହେବା ସମୟରେ ଏହି ଦୁର୍ଘଟଣା ହୋଇଛି। ଫଳରେ ୨ ଜଣ ପାଇଲଟଙ୍କର ମୃତ୍ୟୁ ହୋଇଛି। ମୃତ ୨ ପାଇଲଟଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଉଛନ୍ତି ନିକ […]
ୱାସିଂଟନ : ଆମେରିକାର ନେବାଡ଼ା ଅଞ୍ଚଳରେ ରବିବାର ଅନୁଷ୍ଠିତ ନେସନାଲ ଚାମ୍ପିଅନସିପ୍ ଏୟାର ରେସ୍ ଏବଂ ଏୟାର ସୋ ସମୟରେ ୨ ବିମାନ ମୁହାଁମୁହିଁ ଧକ୍କା ହେବା ଫଳରେୁ ୨ ଜଣ ପାଇଲଟଙ୍କର ମୃତ୍ୟୁ ହୋଇଯାଇଛି। ରବିବାର ଅପରାହ୍ନ ପ୍ରାୟ ୨.୧୫ ସମୟରେ ଟି-୧୬ ଗୋଲ୍ଡ ରେସ୍ ଶେଷ ହେବା ସମୟରେ ଏହି ଦୁର୍ଘଟଣା ହୋଇଛି। ଫଳରେ ୨ ଜଣ ପାଇଲଟଙ୍କର ମୃତ୍ୟୁ ହୋଇଛି। ମୃତ ୨ ପାଇଲଟଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଉଛନ୍ତି ନିକ ମାସି ଏବଂ କ୍ରିସ ରସିଙ୍ଗ। ଉଭୟ ପାଇଲଟ୍ ଟି-୬ ରେସ୍ରେ ସ୍ବର୍ଣ୍ଣ ଜିତିଛନ୍ତି। ତେବେ ଦୁର୍ଘଟଣାର କାରଣ କ’ଣ ଜଣାପଡ଼ିନି। ଏନେଇ ଅଧିକ ତଦନ୍ତ ଜାରି ରହିଛି।




