ଆମେରିକା ଆପାର୍ଟମେଣ୍ଟରେ ଗୁଳିକାଣ୍ଡ, ୩ ମୃତ
ନୂଆଦିଲ୍ଲୀ : ପଶ୍ଚିମ ଆମେରିକାର ନେଭାଡ଼ା ଅନ୍ତର୍ଗତ ଲାସ୍ ଭେଗାସ ସହରର ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ସୋମବାର ଜଣେ ବ୍ୟକ୍ତି ଜଣେ ମହିଳା ଓ ଦୁଇ ଶିଶୁଙ୍କୁ ଗୁଳି କରି ହତ୍ୟା କରିବା ସହ ଅନ୍ୟ ଜଣେ ଶିଶୁଙ୍କୁ ଅତି ଗୁରୁତର ଭାବେ ଆହତ କରିଛନ୍ତି। ସେ ନିଜକୁ ମଧ୍ୟ ଗୁଳି କରି ଗୁରୁତର ଆହତ ହୋଇଛନ୍ତି। ପୁଲିସ ଏହାକୁ ଏକ ହତ୍ୟା ଓ ଆତ୍ମହତ୍ୟା ଉଦ୍ୟମ ଘଟଣା ବୋଲି ସନ୍ଦେହ କରୁଛି। ତେବେ ହତ୍ୟାର କାରଣ […]
ନୂଆଦିଲ୍ଲୀ : ପଶ୍ଚିମ ଆମେରିକାର ନେଭାଡ଼ା ଅନ୍ତର୍ଗତ ଲାସ୍ ଭେଗାସ ସହରର ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ସୋମବାର ଜଣେ ବ୍ୟକ୍ତି ଜଣେ ମହିଳା ଓ ଦୁଇ ଶିଶୁଙ୍କୁ ଗୁଳି କରି ହତ୍ୟା କରିବା ସହ ଅନ୍ୟ ଜଣେ ଶିଶୁଙ୍କୁ ଅତି ଗୁରୁତର ଭାବେ ଆହତ କରିଛନ୍ତି। ସେ ନିଜକୁ ମଧ୍ୟ ଗୁଳି କରି ଗୁରୁତର ଆହତ ହୋଇଛନ୍ତି। ପୁଲିସ ଏହାକୁ ଏକ ହତ୍ୟା ଓ ଆତ୍ମହତ୍ୟା ଉଦ୍ୟମ ଘଟଣା ବୋଲି ସନ୍ଦେହ କରୁଛି। ତେବେ ହତ୍ୟାର କାରଣ ଜଣାପଡ଼ି ନଥିବା ବେଳେ ନିହତ ବ୍ୟକ୍ତିମାନଙ୍କର ହତ୍ୟାକାରୀଙ୍କ ସହ କି ସମ୍ପର୍କ ଥିଲା ତାହା ମଧ୍ୟ ଜଣାପଡ଼ି ନାହିଁ। ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରାଯାଉଥିବା ପୁଲିସ ପ୍ରକାଶ କରିଛି।




