ଆମେରିକା ଆକ୍ରମଣ ପରେ ଇରାନକୁ ସହଯୋଗ କରିବ ରୁଷ୍ !
ତେହରାନ : ପୂର୍ବତନ ରୁଷ ରାଷ୍ଟ୍ରପତି ଦିମିତ୍ରୀ ମେଦଭେଦେବ ଦାବି କରିଛନ୍ତି ଯେ ଇରାନ ପରମାଣୁ ପ୍ରତିଷ୍ଠାନ ଉପରେ ଆମେରିକାର ବିମାନ ଆକ୍ରମଣ ପରେ ଅନେକ ଦେଶ ଏବେ ଇରାନକୁ ପରମାଣୁ ଯୁଦ୍ଧାସ୍ତ୍ର ଯୋଗାଇବାକୁ ପ୍ରସ୍ତୁତ ଅଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ମେଦଭେଦେବ କହିଛନ୍ତି ଯେ ଇସଫାହାନ, ନାଟାଞ୍ଜ ଏବଂ ଫୋର୍ଡୋରେ ଆମେରିକୀୟ ଅପରେସନ-ଟାର୍ଗେଟିଂ ସ୍ଥଳ – କେବଳ ଏହାର ଉଦ୍ଦେଶ୍ୟ ହାସଲ କରିବାରେ ବିଫଳ ହୋଇନାହିଁ ବରଂ ବାସ୍ତବରେ ବିପରୀତ ଫଳାଫଳ ଆଣିଛି। ମିଳିଥିବା […]
ତେହରାନ : ପୂର୍ବତନ ରୁଷ ରାଷ୍ଟ୍ରପତି ଦିମିତ୍ରୀ ମେଦଭେଦେବ ଦାବି କରିଛନ୍ତି ଯେ ଇରାନ ପରମାଣୁ ପ୍ରତିଷ୍ଠାନ ଉପରେ ଆମେରିକାର ବିମାନ ଆକ୍ରମଣ ପରେ ଅନେକ ଦେଶ ଏବେ ଇରାନକୁ ପରମାଣୁ ଯୁଦ୍ଧାସ୍ତ୍ର ଯୋଗାଇବାକୁ ପ୍ରସ୍ତୁତ ଅଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ମେଦଭେଦେବ କହିଛନ୍ତି ଯେ ଇସଫାହାନ, ନାଟାଞ୍ଜ ଏବଂ ଫୋର୍ଡୋରେ ଆମେରିକୀୟ ଅପରେସନ-ଟାର୍ଗେଟିଂ ସ୍ଥଳ – କେବଳ ଏହାର ଉଦ୍ଦେଶ୍ୟ ହାସଲ କରିବାରେ ବିଫଳ ହୋଇନାହିଁ ବରଂ ବାସ୍ତବରେ ବିପରୀତ ଫଳାଫଳ ଆଣିଛି। ମିଳିଥିବା ସୂଚନାନୁଯାୟୀ ଇରାନ ରୁଷଠାରୁ ସମର୍ଥନ ଲୋଡ଼ିଥିବାବେଳେ ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି ଯେ ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବା ପାଇଁ ମସ୍କୋ ଯାତ୍ରା କରିବେ। ମେଦଭେଦେବ କହିଛନ୍ତି, ଅନେକ ଦେଶ ଇରାନକୁ ସିଧାସଳଖ ନିଜର ପରମାଣୁ ଯୁଦ୍ଧାସ୍ତ୍ର ଯୋଗାଇବାକୁ ପ୍ରସ୍ତୁତ ଅଛନ୍ତି। ମେଦଭେଦେବ ଆମେରିକାକୁ, ବିଶେଷକରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଉପହାସ କରିଛନ୍ତି। ସେ କହିଛନ୍ତି ଟ୍ରମ୍ପ, ଯାହାଙ୍କୁ ଥରେ ‘ଶାନ୍ତିର ରାଷ୍ଟ୍ରପତି’ ଭାବରେ ସମ୍ମାନିତ କରାଯାଇଥିଲା, ଏବେ ସେ ଆମେରିକାକୁ ଆଉ ଏକ ଯୁଦ୍ଧକୁ ଠେଲି ଦେଇଛନ୍ତି।




