ଆମେରିକାର ପ୍ରଚଣ୍ଡ ଆକ୍ରମଣରେ ଇରାନର ୩ ପରମାଣୁ ଘାଟି ଧ୍ବସ୍ତ

ତେହରାନ : ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବା ଭୀଷଣ ଯୁଦ୍ଧ ଏବେ ଭୟଙ୍କର ହେବାରେ ଲାଗିଛି। ଆମେରିକା ଏହି ଯୁଦ୍ଧରେ ଆଜି ସାମିଲ ହେବା ସହ ଇରାନର ନାତାଞ୍ଜ, ଫୋର୍ଡୋ ଓ ଇସ୍ଫାହାନ୍‌ ପରମାଣୁ ଘାଟିକୁ ବିମାନ ଆକ୍ରମଣରେ ଧ୍ବସ୍ତ କରିଛି। ‘ଅପରେସନ ମିଡ୍‌ନାଇଟ୍‌ ହେମର୍‌’ ଅଧୀନରେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ବୋମାବର୍ଷୀ ବିମାନ ‘ବି-୨’ ଓ ବଙ୍କର ବଷ୍ଟର୍‌ ବୋମା ‘ଜିବିୟୁ-୫୭’ ବ୍ୟବହାର କରି ଆମେରିକା ଇରାନ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି। ଆମୋରିକା ରାଷ୍ଟ୍ରପତି ଡୋନାଲ୍ଡ […]

ଆମେରିକାର ପ୍ରଚଣ୍ଡ ଆକ୍ରମଣରେ ଇରାନର ୩ ପରମାଣୁ ଘାଟି ଧ୍ବସ୍ତ
Samaya Live Picture
Published On

ତେହରାନ : ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବା ଭୀଷଣ ଯୁଦ୍ଧ ଏବେ ଭୟଙ୍କର ହେବାରେ ଲାଗିଛି। ଆମେରିକା ଏହି ଯୁଦ୍ଧରେ ଆଜି ସାମିଲ ହେବା ସହ ଇରାନର ନାତାଞ୍ଜ, ଫୋର୍ଡୋ ଓ ଇସ୍ଫାହାନ୍‌ ପରମାଣୁ ଘାଟିକୁ ବିମାନ ଆକ୍ରମଣରେ ଧ୍ବସ୍ତ କରିଛି। ‘ଅପରେସନ ମିଡ୍‌ନାଇଟ୍‌ ହେମର୍‌’ ଅଧୀନରେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ବୋମାବର୍ଷୀ ବିମାନ ‘ବି-୨’ ଓ ବଙ୍କର ବଷ୍ଟର୍‌ ବୋମା ‘ଜିବିୟୁ-୫୭’ ବ୍ୟବହାର କରି ଆମେରିକା ଇରାନ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି। ଆମୋରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ କହିଛନ୍ତି, ଏହା ଅତ୍ୟନ୍ତ ସଫଳ ହୋଇଛି ଏବଂ ଇରାନ ଯଦି ପ୍ରତିଆକ୍ରମଣ କରେ ତା’ହେଲେ ଆହୁରି ସାଂଘାତିକ ପରିଣାମ ଭୋଗିବ। ଏହି ଆକ୍ରମଣରେ ଆମେରିକା ୩୦ଟି ଟମ୍‌ହାକ କ୍ଷେପଣାସ୍ତ୍ର ବ୍ୟବହାର କରି ଇରାନରେ ଭୟଙ୍କର କ୍ଷୟକ୍ଷତି ଘଟାଇଛି। ଭୋର୍‌ ୪ଟା ୩୦ରେ ଆମେରିକାର ଏଭଳି ଅପ୍ରତ୍ୟାଶିତ ଆକ୍ରମଣ ପୂରା ବିଶ୍ବରେ ଆଲୋଡ଼ନ ସୃଷ୍ଟି କରିଛି। ଚୀନ୍‌, ରୁଷ୍‌, ପାକିସ୍ତାନ ସମେତ ବିଭିନ୍ନ ରାଷ୍ଟ୍ର ଏହାର କଡ଼ା ନିନ୍ଦା କରିଥିବା ବେଳେ ଏଭଳି ଆକ୍ରମଣ ବିଶ୍ବକୁ ଯୁଦ୍ଧମୁହାଁ କରିବା ଭଳି ପଦକ୍ଷେପ ବୋଲି ଜାତିସଂଘ କହିଛି। ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ମଧ୍ୟପ୍ରାଚ୍ୟ ଆଗକୁ ବଡ଼ ଯୁଦ୍ଧର ସମ୍ମୁଖୀନ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ।

Tags: