ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼; ଆକ୍ରମଣକାରୀ ନିହତ

ୱାସିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ଚଳିତ ରାଷ୍ଟ୍ରପତି ନିର୍ବାଚନର ରିପବ୍ଳିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ହୋଇଛି। ଏହି ହତ୍ୟା ଉଦ୍ୟମରୁ ଟ୍ରମ୍ପ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଟ୍ରମ୍ପ ଆଜି ପେନ୍‌ସିଲଭାନିଆର ବଟ୍‌ଲରରେ ଏକ ନିର୍ବାଚନୀ ରାଲିରେ ଭାଷଣ ଦେଉଥିବା ବେଳେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ଗୋଟିଏ ଗୁଳି ଟ୍ରମ୍ପଙ୍କ କାନର ଉପର ଭାଗରେ ବାଜିଛି। ଆକ୍ରମଣ ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଏହି ଆକ୍ରମଣରେ ରାଲିରେ ଉପସ୍ଥିତ ଥିବା ଜଣେ ଟ୍ରମ୍ପ […]

Samaya Live Picture
Published On

ୱାସିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ଚଳିତ ରାଷ୍ଟ୍ରପତି ନିର୍ବାଚନର ରିପବ୍ଳିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ହୋଇଛି। ଏହି ହତ୍ୟା ଉଦ୍ୟମରୁ ଟ୍ରମ୍ପ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଟ୍ରମ୍ପ ଆଜି ପେନ୍‌ସିଲଭାନିଆର ବଟ୍‌ଲରରେ ଏକ ନିର୍ବାଚନୀ ରାଲିରେ ଭାଷଣ ଦେଉଥିବା ବେଳେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ଗୋଟିଏ ଗୁଳି ଟ୍ରମ୍ପଙ୍କ କାନର ଉପର ଭାଗରେ ବାଜିଛି। ଆକ୍ରମଣ ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଏହି ଆକ୍ରମଣରେ ରାଲିରେ ଉପସ୍ଥିତ ଥିବା ଜଣେ ଟ୍ରମ୍ପ ସମର୍ଥକଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଆକ୍ରମଣକାରୀ ସିକ୍ରେଟ୍‌ ସର୍ଭିସ କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଛି। ଗୁଳିକାଣ୍ଡ ସମୟରେ ହଜାର ହଜାର ଟ୍ରମ୍ପ ସମର୍ଥକ ରାଲିରେ ଉପସ୍ଥିତ ଥିଲେ ଏବଂ କେତେକ ନ୍ୟୁଜ୍‌ ଚ୍ୟାନେଲରେ ଏହାର ସିଧା ପ୍ରସାରଣ ହେଉଥିଲା। କାନରେ ଗୁଳି ବାଜିବା ମାତ୍ରେ ୭୮ ବର୍ଷୀୟ ଟ୍ରମ୍ପ ମୁଣ୍ଡ ନୁଆଁଇ ତଳେ ବସିଯିବାକୁ ପ୍ରୟାସ କରି ପଡ଼ିଯାଇଥିଲେ। ତାଙ୍କୁ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟମାନେ ତୁରନ୍ତ ଘେରିଯାଇ ମଞ୍ଚରୁ ସୁରକ୍ଷିତ ଉଦ୍ଧାର କରିଥିଲେ। ଆହତ ଟ୍ରମ୍ପ୍‌ଙ୍କୁ କାର୍‌ ପର୍ଯ୍ୟନ୍ତ ନିଆଯିବା ବେଳେ ସେ ସମର୍ଥକମାନଙ୍କୁ ଲଢ଼େଇ ଜାରି ରଖିବାକୁ କହିଥିଲେ।

Tags: