ଆମେରିକାରେ ହାଡ଼ଥରା ଶୀତ, ୬.୩ କୋଟି ଲୋକ ପ୍ରଭାବିତ
ୱାସିଂଟନ୍ : ଆମେରିକାରେ ହାଡ଼ଥରା ଶୀତ ଏବେ ଜନଜୀବନକୁ କଲବଲ କରିଦେଇଛି। କେନ୍ଦ୍ରୀୟ ଆମେରିକାର ଅନେକ ଅଂଶ ଏବେ ବରଫ ଆଚ୍ଛାଦିତ ହୋଇଛି। କାନସାସ୍, ପଶ୍ଚିମ ନେବ୍ରାସ୍କା ଏବଂ ଇଣ୍ଡିଆନାର ଅନେକ ଅଂଶରେ ରାସ୍ତାଘାଟ ବରଫ ଆଚ୍ଛାଦିତ ରହିଛି। ଆମେରିକାରେ ଦଶନ୍ଧି ଭିତରେ ସର୍ବାଧିକ ବରଫପାତ ହୋଇଛି ବୋଲି ପାଣିପାଗ ବିଭାଗ କହିଛି। ୬.୩ କୋଟି ଲୋକ ଭୟଙ୍କର ଶୀତ ଝଡ଼ରେ ପ୍ରଭାବିତ ହୋଇଛନ୍ତି। ଇଣ୍ଡିଆନାରେ ଇଣ୍ଟରଷ୍ଟେଟ୍ ୬୪, ଇଣ୍ଟରଷ୍ଟେଟ୍ ୬୯ ଏବଂ ୟୁଏସ୍ ରୁଟ୍ ୪୧ […]
ୱାସିଂଟନ୍ : ଆମେରିକାରେ ହାଡ଼ଥରା ଶୀତ ଏବେ ଜନଜୀବନକୁ କଲବଲ କରିଦେଇଛି। କେନ୍ଦ୍ରୀୟ ଆମେରିକାର ଅନେକ ଅଂଶ ଏବେ ବରଫ ଆଚ୍ଛାଦିତ ହୋଇଛି। କାନସାସ୍, ପଶ୍ଚିମ ନେବ୍ରାସ୍କା ଏବଂ ଇଣ୍ଡିଆନାର ଅନେକ ଅଂଶରେ ରାସ୍ତାଘାଟ ବରଫ ଆଚ୍ଛାଦିତ ରହିଛି। ଆମେରିକାରେ ଦଶନ୍ଧି ଭିତରେ ସର୍ବାଧିକ ବରଫପାତ ହୋଇଛି ବୋଲି ପାଣିପାଗ ବିଭାଗ କହିଛି। ୬.୩ କୋଟି ଲୋକ ଭୟଙ୍କର ଶୀତ ଝଡ଼ରେ ପ୍ରଭାବିତ ହୋଇଛନ୍ତି। ଇଣ୍ଡିଆନାରେ ଇଣ୍ଟରଷ୍ଟେଟ୍ ୬୪, ଇଣ୍ଟରଷ୍ଟେଟ୍ ୬୯ ଏବଂ ୟୁଏସ୍ ରୁଟ୍ ୪୧ ସମ୍ପୂର୍ଣ୍ଣ ବରଫ ଆଚ୍ଛାଦିତ ହୋଇଛି। ରାସ୍ତାରେ ଗାଡ଼ି ମୋଟର ଚଲାଇବା ପାଇଁ ବାରଣ କରାଯାଇଛି। କେଣ୍ଟୁକିରେ ରବିବାର ରାସ୍ତା ଉପରେ ୭.୭ ଇଞ୍ଚ୍ର ବରଫ ଜମା ହୋଇଥିବା ରେକର୍ଡ କରାଯାଇଛି। ବରଫପାତ ଯୋଗୁଁ ବିମାନ ଏବଂ ରେଳ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଇଣ୍ଡିଆନା, ମ୍ୟାରିଲାଣ୍ଡ୍, ଭର୍ଜିନିଆ ଏବଂ କେଣ୍ଟୁକିରେ ସ୍କୁଲ୍ ବନ୍ଦ ରହିଛି।




