ଆମେରିକାରେ ମିଳିମିଳା ସଂକ୍ରମଣ ବୃଦ୍ଧି

ୱାସିଂଟନ୍‌: ଆମେରିକାରେ ଏବେ ମିଳିମିଳା ସଂକ୍ରମଣ ଭୟାବହ ରୂପ ନେଇଛି। ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ଉଭୟ ସେଣ୍ଟର୍ସ ଫର ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌ (ସିଡିସି)ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଚିନ୍ତା ପ୍ରକଟ କରିବା ସହ ଆମେରିକା ନିମନ୍ତେ ‘ଯାତ୍ରା ସତର୍କତା’ ଜାରି କରିଛନ୍ତି। ସିଡିସି ପକ୍ଷରୁ ଜାରି ସୂଚନାନୁଯାୟୀ ମାର୍ଚ୍ଚ ୨୭ ତାରିଖ ସୁଦ୍ଧା ଦେଶରେ ୪୮୩ଟି ମିଳିମିଳା ମାମଲା ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ଘଟିଛି। ମାର୍ଚ୍ଚ […]

ଆମେରିକାରେ ମିଳିମିଳା ସଂକ୍ରମଣ ବୃଦ୍ଧି
Samaya Live Picture
Published On

ୱାସିଂଟନ୍‌: ଆମେରିକାରେ ଏବେ ମିଳିମିଳା ସଂକ୍ରମଣ ଭୟାବହ ରୂପ ନେଇଛି। ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ଉଭୟ ସେଣ୍ଟର୍ସ ଫର ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌ (ସିଡିସି)ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଚିନ୍ତା ପ୍ରକଟ କରିବା ସହ ଆମେରିକା ନିମନ୍ତେ ‘ଯାତ୍ରା ସତର୍କତା’ ଜାରି କରିଛନ୍ତି। ସିଡିସି ପକ୍ଷରୁ ଜାରି ସୂଚନାନୁଯାୟୀ ମାର୍ଚ୍ଚ ୨୭ ତାରିଖ ସୁଦ୍ଧା ଦେଶରେ ୪୮୩ଟି ମିଳିମିଳା ମାମଲା ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ଘଟିଛି। ମାର୍ଚ୍ଚ ୨୮ ତାରିଖ ସୁଦ୍ଧା ଆମେରିକାର ୨୦ଟି ରାଜ୍ୟ- ଆଲାସ୍କା, କାଲିଫର୍ନିଆ, ଫ୍ଲୋରିଡା, ଜର୍ଜିଆ, କାନସାସ୍‌, ମେରିଲ୍ୟାଣ୍ଡ୍‌, ମିଚିଗାନ୍‌, ମିନେସୋଟା, ନ୍ୟୁଜର୍ସି, ନ୍ୟୁର୍କସିଟି, ନ୍ୟୁୟର୍କ ଷ୍ଟେଟ୍‌, ଓହିଓ, ପେନ୍‌ସିଲ୍‌ଭାନିଆ, ରୋଡ୍‌ ଆଇଲ୍ୟାଣ୍ଡ୍‌, ଟେକ୍ସାସ୍‌ ଓ ୱାସିଂଟନ୍‌ରେ ମିଳିମିଳା ସଂକ୍ରମଣ ବ୍ୟାପିଛି। ଟେକ୍ସାସ୍‌ରେ ପ୍ରଥମେ ଏହି ସଂକ୍ରମଣ ଆରମ୍ଭ ହୋଇଥିଲା ଏବଂ ଏବେ ୪ ଶହ ଜଣ ଏହି ରୋଗରେ ପୀଡ଼ିତ ଅଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ପକ୍ଷରୁ ଜାରି ପ୍ରେସ୍‌ ବିବୃତିରେ କୁହାଯାଇଛି, ସିରିଞ୍ଜ୍‌/ ଅନ୍ୟ ଆବଶ୍ୟକ ଚିକିତ୍ସା ସାମଗ୍ରୀ ସହ ମିଳିମିଳା-ରୁବେଲା (ଏମ୍‌ଆର୍‌) ଓ ଏମ୍‌ଏମ୍‌ଆର୍‌ ଟିକା ଗଚ୍ଛିତ ରଖିବାକୁ ହୁ ପରାମର୍ଶ ଦେଇଛନ୍ତି।

Tags: