ଆମେରିକାରେ ଭୟଙ୍କର ସାମୁଦ୍ରିକ ଝଡ଼

ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡାରେ ଭୟଙ୍କର ସାମୁଦ୍ରିକ ଝଡ଼ ଯୋଗୁଁ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଇଡାଲିଆ ନାମକ ଏହି ସାମୁଦ୍ରିକ ଝଡ଼ କ୍ୟାଟେଗୋରି-୩ ବର୍ଗରେ ଆସି ସ୍ଥଳଭାଗ ଛୁଇଁଥିଲା। ଏଥିଯୋଗୁ ପ୍ରବଳ ବର୍ଷା ଓ ପବନ ହୋଇଛି। ଝଡ଼ ଯୋଗୁ ପ୍ରାୟ ୨ ଲକ୍ଷ ଲୋକଙ୍କ ବାସଭବନକୁ ବିଜୁଳି ସେବା ବିଚ୍ଛିନ୍ନ ହୋଇଯାଇଛି। ଉପକୂଳ ସହରଗୁଡ଼ିକରେ ଅନେକ ଘରେ ପାଣି ପଶିଯାଇଛି। ଅନେକ ଗଛ ଉପୁଡ଼ି ପଡ଼ିଛି। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ସାମୁଦ୍ରିକ ଝଡ଼ ଦୁର୍ବଳ ହୋଇ କ୍ୟାଟେ‌ଗୋରି […]

Samaya Live Picture
Published On

ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡାରେ ଭୟଙ୍କର ସାମୁଦ୍ରିକ ଝଡ଼ ଯୋଗୁଁ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଇଡାଲିଆ ନାମକ ଏହି ସାମୁଦ୍ରିକ ଝଡ଼ କ୍ୟାଟେଗୋରି-୩ ବର୍ଗରେ ଆସି ସ୍ଥଳଭାଗ ଛୁଇଁଥିଲା। ଏଥିଯୋଗୁ ପ୍ରବଳ ବର୍ଷା ଓ ପବନ ହୋଇଛି। ଝଡ଼ ଯୋଗୁ ପ୍ରାୟ ୨ ଲକ୍ଷ ଲୋକଙ୍କ ବାସଭବନକୁ ବିଜୁଳି ସେବା ବିଚ୍ଛିନ୍ନ ହୋଇଯାଇଛି। ଉପକୂଳ ସହରଗୁଡ଼ିକରେ ଅନେକ ଘରେ ପାଣି ପଶିଯାଇଛି। ଅନେକ ଗଛ ଉପୁଡ଼ି ପଡ଼ିଛି। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ସାମୁଦ୍ରିକ ଝଡ଼ ଦୁର୍ବଳ ହୋଇ କ୍ୟାଟେ‌ଗୋରି ୧ରେ ପରିଣତ ହୋଇଛି। ଝଡ଼ବାତ୍ୟା ଦକ୍ଷିଣ ଜର୍ଜିଆ ଅତିକ୍ରମ କରିଛି ବୋଲି ଆମେରିକାର ନ୍ୟାସନାଲ ହରିକେନ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି। ଝଡ଼ ଯୋଗୁ ବୁଧବାର ଆମେରିକାରେ ଏୟାରଲାଇନ୍ସଗୁଡ଼ିକ ୮୫୦ରୁ ଅଧିକ ବିମାନ ଉଡ଼ାଣ ବାତିଲ କରିଛନ୍ତି। ଏଥିସହିତ ୭୯୫ଟି ବିମାନର ଉଡ଼ାଣ ବିଳମ୍ବ ହୋଇଛି। ତାମ୍ପା, କ୍ଲିୟରୱାଟର ଏବଂ ଟଲାହାସି ବିମାନ ବନ୍ଦର ବନ୍ଦ ରହିଛି। ରାସ୍ତାଗୁଡ଼ିକ ପାଣିରେ ବୁଡ଼ିଯାଇଛି।

Tags: