ଆମେରିକାରେ ଭାରତୀୟ ଡାଟା ଆନାଲିଷ୍ଟଙ୍କର ଦୁର୍ଘଟଣାରେ ମୃତ୍ୟୁ
ନ୍ୟୁୟର୍କ : ଆମେରିକାରେ ଜଣେ ଭାରତୀୟ ବଂଶୋଦ୍ଭବ ଡାଟା ଆନାଲିଷ୍ଟଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ବୋଷ୍ଟନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସେ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଉକ୍ତ ବ୍ୟକ୍ତିଙ୍କ ନାମ ବିଶ୍ବଚାନ୍ଦ କୋଲ୍ଲା। ସେ ଆନ୍ଧ୍ରପ୍ରଦେଶର। ଆମେରିକାର ଏକ ପ୍ରମୁଖ ଫାର୍ମା କମ୍ପାନିର ସେ ଜଣେ କର୍ମଚାରୀ ଥିଲେ। ଜଣେ ବନ୍ଧୁଙ୍କୁ ଆଣିବାପାଇଁ ସେ ବିମାନ ବନ୍ଦର ଯାଇଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏକ ବସ୍ ତାଙ୍କୁ ପିଟି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ […]
ନ୍ୟୁୟର୍କ : ଆମେରିକାରେ ଜଣେ ଭାରତୀୟ ବଂଶୋଦ୍ଭବ ଡାଟା ଆନାଲିଷ୍ଟଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ବୋଷ୍ଟନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସେ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଉକ୍ତ ବ୍ୟକ୍ତିଙ୍କ ନାମ ବିଶ୍ବଚାନ୍ଦ କୋଲ୍ଲା। ସେ ଆନ୍ଧ୍ରପ୍ରଦେଶର। ଆମେରିକାର ଏକ ପ୍ରମୁଖ ଫାର୍ମା କମ୍ପାନିର ସେ ଜଣେ କର୍ମଚାରୀ ଥିଲେ। ଜଣେ ବନ୍ଧୁଙ୍କୁ ଆଣିବାପାଇଁ ସେ ବିମାନ ବନ୍ଦର ଯାଇଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏକ ବସ୍ ତାଙ୍କୁ ପିଟି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗତ ମାର୍ଚ୍ଚ ୨୮ ତାରିଖରେ ଏହି ଘଟଣା ଘଟିଥିଲା।




