ଆମେରିକାରେ ଭଗୱନ୍ତ ମାନଙ୍କ ଝିଅଙ୍କୁ ହତ୍ୟା ଧମକ

ଚଣ୍ଡିଗଡ଼, ୩୧/୩ : ଆମେରିକାରେ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମା‌ନଙ୍କ ଝିଅଙ୍କୁ ହତ୍ୟା ଧମକ ମିଳିଛି। ଖଲିସ୍ତାନୀ ସମର୍ଥକଙ୍କ ପକ୍ଷରୁ ମାନଙ୍କ ଝିଅ ସୀରତ କୌର ମାନଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଛି। ଦିଲ୍ଲୀ ମହିଳା କମିସନ ମୁଖ୍ୟ ସ୍ବାତୀ ମଲିୱାଲ ମାନଙ୍କ ଝିଅଙ୍କର ସୁରକ୍ଷା‌ ପାଇଁ ଆମେରିକା‌ ସ୍ଥିତ ଭାରତୀୟ ଦୂତାବାସକୁ ଅନୁରୋଧ କରିଛନ୍ତି। ସ୍ବାତୀ ଆଜି ଏକ ଟ୍ବିଟ୍‌ କରି କହିଛନ୍ତି, ଆମେରିକାରେ ପଂଜାବ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ହତ୍ୟା ଧମକ ମିଳିଛି। ଏହା ଅତ୍ୟନ୍ତ […]

Samaya Live Picture
Published On

ଚଣ୍ଡିଗଡ଼, ୩୧/୩ : ଆମେରିକାରେ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମା‌ନଙ୍କ ଝିଅଙ୍କୁ ହତ୍ୟା ଧମକ ମିଳିଛି। ଖଲିସ୍ତାନୀ ସମର୍ଥକଙ୍କ ପକ୍ଷରୁ ମାନଙ୍କ ଝିଅ ସୀରତ କୌର ମାନଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଛି। ଦିଲ୍ଲୀ ମହିଳା କମିସନ ମୁଖ୍ୟ ସ୍ବାତୀ ମଲିୱାଲ ମାନଙ୍କ ଝିଅଙ୍କର ସୁରକ୍ଷା‌ ପାଇଁ ଆମେରିକା‌ ସ୍ଥିତ ଭାରତୀୟ ଦୂତାବାସକୁ ଅନୁରୋଧ କରିଛନ୍ତି। ସ୍ବାତୀ ଆଜି ଏକ ଟ୍ବିଟ୍‌ କରି କହିଛନ୍ତି, ଆମେରିକାରେ ପଂଜାବ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ହତ୍ୟା ଧମକ ମିଳିଛି। ଏହା ଅତ୍ୟନ୍ତ ଭୀରୁତା। ତାଙ୍କ ସୁରକ୍ଷା ପାଇଁ ମୁଁ ଆମେରିକା ସ୍ଥିତ ଭାରତୀୟ ଦୂତାବାସକୁ ଅନୁରୋଧ କରୁଛି। ଉଲ୍ଲେଖଯୋଗ୍ୟ ‌ଯେ ସୀରତ ‌‌କୌର ପଂଜାବ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପତ୍ନୀଙ୍କ ଝିଅ।

Tags: