ଆମେରିକାରେ ପୁଣି ବିମାନ ଦୁର୍ଘଟଣା
ୱାସିଂଟନ: ଆମେରିକାରେ ପୁଣି ବିମାନ ଦୁର୍ଘଟଣା ହୋଇଛି। ଫିଲାଡେଲଫିଆ ବିମାନବନ୍ଦରରୁ ଉଡାଣ ଭରିବା ସମୟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି ଏବଂ ଘର ଉପରେ ଖସି ପଡ଼ିଛି। ବିମାନର ଜଳନ୍ତା ଅଂଶ ପଡି ଅନେକ ଘର ଜଳିଯାଇଥିବା ସୂଚନା ମିଳିଛି । ଗତକଲି ସଂଧ୍ୟାରେ ବିମାନଟି ଉଡାଣ ଭରିବା ବେଳେ ଦୁର୍ଘଟଣା ହୋଇଛି । ତେବେ ଦୁଇ ଦିନ ତଳେ ମଝି ଆକାଶରେ ବିମାନ ଓ ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଥିଲା । ରେଗନ ଏୟାରପୋର୍ଟ […]
ୱାସିଂଟନ: ଆମେରିକାରେ ପୁଣି ବିମାନ ଦୁର୍ଘଟଣା ହୋଇଛି। ଫିଲାଡେଲଫିଆ ବିମାନବନ୍ଦରରୁ ଉଡାଣ ଭରିବା ସମୟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି ଏବଂ ଘର ଉପରେ ଖସି ପଡ଼ିଛି। ବିମାନର ଜଳନ୍ତା ଅଂଶ ପଡି ଅନେକ ଘର ଜଳିଯାଇଥିବା ସୂଚନା ମିଳିଛି । ଗତକଲି ସଂଧ୍ୟାରେ ବିମାନଟି ଉଡାଣ ଭରିବା ବେଳେ ଦୁର୍ଘଟଣା ହୋଇଛି । ତେବେ ଦୁଇ ଦିନ ତଳେ ମଝି ଆକାଶରେ ବିମାନ ଓ ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଥିଲା । ରେଗନ ଏୟାରପୋର୍ଟ ନିକଟରେ ଘଟିଥିବା ଏହି ଭୟାନକ ଦୁର୍ଘଟଣାରେ ୬୭ ଜଣଙ୍କ ମୃତ୍ୟୁ ହୋଇଥିଲା।




