ଆମେରିକାରେ ନିଖୋଜ ଥିବା ୪ ଭାରତୀୟଙ୍କ ମୃତ୍ୟୁ

ୱାସିଂଟନ: ଆମେରିକାରେ ନିଖୋଜ ହୋଇଯାଇଥିବା ଭାରତୀୟ ବଂ‌ଶୋଦ୍ଭବ ପରିବାରର ୪ ଜଣ ବ୍ୟକ୍ତିଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ନ୍ୟୁୟର୍କର ବୋ‌ଫାଲୋରୁ ୱେଷ୍ଟ ଭର୍ଜିନିଆ ଅଭି‌ମୁଖେ ସେମାନେ ଏକ କାର୍‌ରେ ଯାତ୍ରା କରୁଥିଲେ। କିନ୍ତୁ କାର୍‌ ଦୁର୍ଘଟଣାରେ ସେମାନଙ୍କର ମୃତ୍ୟୁ ହୋଇରଯାଇଛି ବୋଲି ଶନିବାର ରାତିରେ ମାର୍ସାଲ କାଉଣ୍ଟି ସେରିଫ ମାଇକ୍‌ ଡଗରେଟି ସୂଚନା ଦେଇଛନ୍ତି। ମୃତକମାନେ ହେଲେ ଡ କିଶୋର ଡିଭାନ, ଆଶା ଡିଭାନ, ଶୈଳେଶ ଡିଭାନ ଏବଂ ଗୀତା ଡିଭାନ। ପ୍ରଶାସନର ସୂଚନା ମୁତାବକ, ହାଲୁକା […]

ଆମେରିକାରେ ନିଖୋଜ ଥିବା ୪ ଭାରତୀୟଙ୍କ ମୃତ୍ୟୁ
Samaya Live Picture
Published On

ୱାସିଂଟନ: ଆମେରିକାରେ ନିଖୋଜ ହୋଇଯାଇଥିବା ଭାରତୀୟ ବଂ‌ଶୋଦ୍ଭବ ପରିବାରର ୪ ଜଣ ବ୍ୟକ୍ତିଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ନ୍ୟୁୟର୍କର ବୋ‌ଫାଲୋରୁ ୱେଷ୍ଟ ଭର୍ଜିନିଆ ଅଭି‌ମୁଖେ ସେମାନେ ଏକ କାର୍‌ରେ ଯାତ୍ରା କରୁଥିଲେ। କିନ୍ତୁ କାର୍‌ ଦୁର୍ଘଟଣାରେ ସେମାନଙ୍କର ମୃତ୍ୟୁ ହୋଇରଯାଇଛି ବୋଲି ଶନିବାର ରାତିରେ ମାର୍ସାଲ କାଉଣ୍ଟି ସେରିଫ ମାଇକ୍‌ ଡଗରେଟି ସୂଚନା ଦେଇଛନ୍ତି। ମୃତକମାନେ ହେଲେ ଡ କିଶୋର ଡିଭାନ, ଆଶା ଡିଭାନ, ଶୈଳେଶ ଡିଭାନ ଏବଂ ଗୀତା ଡିଭାନ। ପ୍ରଶାସନର ସୂଚନା ମୁତାବକ, ହାଲୁକା ସବୁଜ ରଙ୍ଗର ଟୟୋଟା କାମ୍ରିରେ ସେମାନେ ଘରୁ ବାହାରିଥିଲେ। କିଛିଦିନ ହେଲା ସେମାନଙ୍କ ପତ୍ତା ମିଳୁ ନଥିଲା।

Tags: