ଆମେରିକାରେ ଥିବା ୧୨ ଗ୍ୟାଙ୍ଗଷ୍ଟରଙ୍କ ତାଲିକା ପ୍ରସ୍ତୁତ କରୁଛି ଭାରତ
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ଭାରତର ଶୀର୍ଷ ସୁରକ୍ଷା ସଂସ୍ଥାଗୁଡ଼ିକ ଆମେରିକାରେ ଥିବା ୧୨ ଗ୍ୟାଙ୍ଗଷ୍ଟରଙ୍କର ଏକ ତାଲିକା ପ୍ରସ୍ତୁତ କରୁଛନ୍ତି। ମିଳିଥିବା ସୂଚନାନୁଯାୟୀ ଏହି ତାଲିକାକୁ ୱାସିଂଟନର କର୍ତ୍ତୃପକ୍ଷଙ୍କ ସହ ସେୟାର କରାଯିବ। ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଥିବାବେଳେ ଏହି ଅବସରରେ ଭାରତ ଆମେରିକାରେ ରହୁଥିବା ୧୨ ଗ୍ୟାଙ୍ଗଷ୍ଟରଙ୍କ ତାଲିକା ପ୍ରସ୍ତୁତ କରିଛି। ଅନମୋଲ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାର୍ ସମେତ ଏହି ତାଲିକାରେ ଅନେକଙ୍କ ନାଁ ରହିଛି। […]
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ଭାରତର ଶୀର୍ଷ ସୁରକ୍ଷା ସଂସ୍ଥାଗୁଡ଼ିକ ଆମେରିକାରେ ଥିବା ୧୨ ଗ୍ୟାଙ୍ଗଷ୍ଟରଙ୍କର ଏକ ତାଲିକା ପ୍ରସ୍ତୁତ କରୁଛନ୍ତି। ମିଳିଥିବା ସୂଚନାନୁଯାୟୀ ଏହି ତାଲିକାକୁ ୱାସିଂଟନର କର୍ତ୍ତୃପକ୍ଷଙ୍କ ସହ ସେୟାର କରାଯିବ। ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଥିବାବେଳେ ଏହି ଅବସରରେ ଭାରତ ଆମେରିକାରେ ରହୁଥିବା ୧୨ ଗ୍ୟାଙ୍ଗଷ୍ଟରଙ୍କ ତାଲିକା ପ୍ରସ୍ତୁତ କରିଛି। ଅନମୋଲ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାର୍ ସମେତ ଏହି ତାଲିକାରେ ଅନେକଙ୍କ ନାଁ ରହିଛି। ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ କ୍ରମେ ୧୨ ଅପରାଧୀଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି ଏବଂ ସେମାନଙ୍କ ଆପରାଧିକ ଦସ୍ତାବିଜ ଏଥିରେ ଯୋଡ଼ାଯାଇଛି।




