ଆମେରିକାରେ ଟ୍ରମ୍ପ ବିରୋଧୀ ବିଶାଳ ବିକ୍ଷୋଭ
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ସରକାରୀ ଦକ୍ଷତା ବିଭାଗ (ଡୋଜ୍) ମୁଖ୍ୟ ଏଲନ୍ ମସ୍କଙ୍କ ବିରୋଧରେ ଆମେରିକାରେ ଲକ୍ଷାଧିକ ଜନତା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୫୦ଟି ରାଜ୍ୟରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରମୁଖ ସହରଗୁଡ଼ିକରେ ବିକ୍ଷୋଭରେ ଲକ୍ଷ ଲକ୍ଷ ଲୋକ ସାମିଲ ହୋଇଥିଲେ। ସିଏନଏନର ଏକ ରିପୋର୍ଟ ଅନୁଯାୟୀ, ସାରା ଦେଶରେ ଟ୍ରମ୍ପଙ୍କ ବିରୋଧରେ ୧୪୦୦ରୁ ଅଧିକ ରାଲି କରାଯାଇଛି । ଗତକାଲି ଓ ଆଜି ବିକ୍ଷୋଭରେ ଭାଗ ନେବା ପାଇଁ ୬ […]
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ସରକାରୀ ଦକ୍ଷତା ବିଭାଗ (ଡୋଜ୍) ମୁଖ୍ୟ ଏଲନ୍ ମସ୍କଙ୍କ ବିରୋଧରେ ଆମେରିକାରେ ଲକ୍ଷାଧିକ ଜନତା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୫୦ଟି ରାଜ୍ୟରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରମୁଖ ସହରଗୁଡ଼ିକରେ ବିକ୍ଷୋଭରେ ଲକ୍ଷ ଲକ୍ଷ ଲୋକ ସାମିଲ ହୋଇଥିଲେ। ସିଏନଏନର ଏକ ରିପୋର୍ଟ ଅନୁଯାୟୀ, ସାରା ଦେଶରେ ଟ୍ରମ୍ପଙ୍କ ବିରୋଧରେ ୧୪୦୦ରୁ ଅଧିକ ରାଲି କରାଯାଇଛି । ଗତକାଲି ଓ ଆଜି ବିକ୍ଷୋଭରେ ଭାଗ ନେବା ପାଇଁ ୬ ଲକ୍ଷରୁ ଅଧିକ ଲୋକ ପଞ୍ଜୀକରଣ କରିଥିଲେ। ବିକ୍ଷୋଭକାରୀମାନେ ସରକାରୀ ଚାକିରିରୁ ଛଟେଇ, ଅର୍ଥନୀତି ଓ ମାନବାଧିକାର ଭଳି ପ୍ରସଙ୍ଗରେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି। ଏହି ପ୍ରତିବାଦର ନାମ ‘ହ୍ୟାଣ୍ଡସ ଅଫ୍’ ରଖାଯାଇଛି। ଏହାର ଅର୍ଥ ହେଉଛି ‘ଆମ ଅଧିକାରଠାରୁ ଦୂରେଇ ରୁହନ୍ତୁ’। ଏହି ସ୍ଲୋଗାନର ଉଦ୍ଦେଶ୍ୟ ହେଉଛି ଯେ ବିକ୍ଷୋଭକାରୀମାନେ ଚାହାନ୍ତି ନାହିଁ ଯେ ସେମାନଙ୍କ ଅଧିକାର ଉପରେ କାହାର ନିୟନ୍ତ୍ରଣ ହେଉ । ଟ୍ରମ୍ପ ବିରୋଧୀ ବିକ୍ଷୋଭରେ ୧୫୦ରୁ ଅଧିକ ସଂଗଠନ ସାମିଲ ହୋଇଥିଲେ। ଏଥିରେ ନାଗରିକ ଅଧିକାର ସଂଗଠନ, ଟ୍ରେଡ୍ ୟୁନିୟନ, ଏଲଜିବିଟିକ୍ୟୁ ସଂପ୍ରଦାୟ, ସ୍ୱେଚ୍ଛାସେବୀ, ପୂର୍ବତନ ସୈନିକ ଏବଂ ନିର୍ବାଚନ କାର୍ଯ୍ୟକର୍ତ୍ତା ସାମିଲ ଥିଲେ।
Tags:




