ଆମେରିକାରେ ଘରୋଇ ହିଂସା ପାଇଁ ଜରୁରିକାଳୀନ ନମ୍ବରରେ ଫୋନ୍ କରିଥିବା କୃଷ୍ଣକାୟ ମହିଳା ପୁଲିସ ଗୁଳିରେ ମୃତ
ୱାସିଂଟନ : ଆମେରିକା ଲସ୍ ଏଞ୍ଜେଲସର ଜଣେ କୃଷ୍ଣକାୟ ମହିଳା ଗତ ଡିସେମ୍ବର ୪ ତାରିଖରେ ଆମେରିକାର ଜରୁରିକାଳୀନ ହେଲ୍ପଲାଇନ ନମ୍ବର ୯୧୧କୁ ଡାଏଲ କରି ଘରୋଇ ହିଂସା ସମ୍ପର୍କରେ ଜଣାଇଥିଲେ। ଲସ୍ ଏଞ୍ଜେଲସ କାଉଣ୍ଟି ଶେରିଫ୍ର ପୁଲିସ ତୁରନ୍ତ ତାଙ୍କ ଘରେ ପହଞ୍ଚିଥିଲେ, କିନ୍ତୁ ତାଙ୍କ ଘରେ ସଂଘର୍ଷ ଯୋଗୁଁ ପୁଲିସ ଦ୍ୱାରା କୃଷ୍ଣକାୟ ମହିଳାଙ୍କୁ ହତ୍ୟା କରାଯାଇଥିଲା। ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ରଙ୍ଗଭେଦ ହିଂସା ଆଶଙ୍କାରେ ବ୍ୟାପକ ସୁରକ୍ଷା […]
ୱାସିଂଟନ : ଆମେରିକା ଲସ୍ ଏଞ୍ଜେଲସର ଜଣେ କୃଷ୍ଣକାୟ ମହିଳା ଗତ ଡିସେମ୍ବର ୪ ତାରିଖରେ ଆମେରିକାର ଜରୁରିକାଳୀନ ହେଲ୍ପଲାଇନ ନମ୍ବର ୯୧୧କୁ ଡାଏଲ କରି ଘରୋଇ ହିଂସା ସମ୍ପର୍କରେ ଜଣାଇଥିଲେ। ଲସ୍ ଏଞ୍ଜେଲସ କାଉଣ୍ଟି ଶେରିଫ୍ର ପୁଲିସ ତୁରନ୍ତ ତାଙ୍କ ଘରେ ପହଞ୍ଚିଥିଲେ, କିନ୍ତୁ ତାଙ୍କ ଘରେ ସଂଘର୍ଷ ଯୋଗୁଁ ପୁଲିସ ଦ୍ୱାରା କୃଷ୍ଣକାୟ ମହିଳାଙ୍କୁ ହତ୍ୟା କରାଯାଇଥିଲା। ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ରଙ୍ଗଭେଦ ହିଂସା ଆଶଙ୍କାରେ ବ୍ୟାପକ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି । ଏଲ୍ଏ କାଉଣ୍ଟି ଶେରିଫ୍ ବିଭାଗ କହିଛି ଯେ ଡିସେମ୍ବର ୪ ତାରିଖ ସନ୍ଧ୍ୟାରେ ୨୭ ବର୍ଷୀୟା ନିଆନି ଫିନଲେସନ ୯୧୧ ନମ୍ବରକୁ ଡାଏଲ କରି ଘରୋଇ ହିଂସା ବିଷୟରେ ଜଣାଇଥିଲେ। ଏଲ୍ଏ କାଉଣ୍ଟି ଶେରିଫ୍ର ଡେପୁଟିମାନେ ଲାନକାଷ୍ଟରର ଇଷ୍ଟ ଆଭେନ୍ୟୁରେ ଥିବା ଆପାର୍ଟମେଣ୍ଟରେ ପହଞ୍ଚି ଯୁକ୍ତିତର୍କ ଓ ଚିତ୍କାର ଶୁଣିଥିଲେ। ପୁଲିସ ବାଧ୍ୟ ହୋଇ କବାଟ ଖୋଲିବାପରେ ଜଣେ ମହିଳା ରୋଷେଇ ଘରର ଏକ ବଡ଼ ଛୁରି ହାତରେ ଧରିଥିବା ଦେଖିବାକୁ ପାଇଥିଲେ। ମହିଳା ଜଣକ ଚିତ୍କାର କରି କହିଥିଲେ ଯେ ସେ ତାଙ୍କ ୯ ବର୍ଷର ଝିଅକୁ ଧକ୍କା ଦେଇଥିବା ତାଙ୍କ ପ୍ରେମିକଙ୍କୁ ଛୁରୀ ମାରିବେ। ସେ ତାଙ୍କ ପ୍ରେମିକ ବସିଥିବା ଘର ଭିତରକୁ ଦୌଡ଼ିଯାଇ ତାଙ୍କୁ ଛୁରୀ ଭୁଷିବାକୁ ଚେଷ୍ଟା କରିଥିଲେ। ଫଳରେ ପୁଲିସକୁ ବାଧ୍ୟ ହୋଇ ଗୁଳି ଚଳାଇବାକୁ ପଡ଼ିଥିଲା।




