ଆମେରିକାରେ ଗୁଳିକାଣ୍ଡ, ୩ ମୃତ

ନୂଆଦିଲ୍ଲୀ : ପ୍ରସିଦ୍ଧ ୟୁଟା ସେଣ୍ଟିନିଆଲ୍‌ ପାର୍କରେ ଚାଲୁଥିବା ‌ୱେଷ୍ଟ୍‌ଫେଷ୍ଟ୍‌ କାର୍ନିଭାଲ୍‌ରେ ଗୁଳିମାଡ଼ର ହୋଇ ଜଣେ ୮ ମାସର ଶିଶୁ ସମେତ ୩ଜଣଙ୍କ ମୃତ୍ୟୁ ହୋଇଛି। ୱେଷ୍ଟ ଭ୍ୟାଲି ସିଟି ପୁଲିସ ବିଭାଗ ପକ୍ଷରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’‌ରେ ଜାରି ସୂଚନାନୁଯାୟୀ ଦୁଇ ଗୋଷ୍ଠୀଙ୍କ ସହ ସମ୍ପର୍କ ନଥିବା ଓ ନିକଟରେ ଠିଆ ହୋଇଥିବା ୪୧ ବର୍ଷୀୟ ମହିଳା ଓ ତାଙ୍କର ୮ମାସର ଶିଶୁପୁତ୍ରଙ୍କ ଗୁଳିକାଣ୍ଡରେ ମୃତ୍ୟୁ ଘଟିଛି। ଏହା ସହ ଜଣେ ୧୭ ବର୍ଷୀୟ କିଶୋରୀ […]

ଆମେରିକାରେ ଗୁଳିକାଣ୍ଡ, ୩ ମୃତ
Samaya Live Picture
Published On

ନୂଆଦିଲ୍ଲୀ : ପ୍ରସିଦ୍ଧ ୟୁଟା ସେଣ୍ଟିନିଆଲ୍‌ ପାର୍କରେ ଚାଲୁଥିବା ‌ୱେଷ୍ଟ୍‌ଫେଷ୍ଟ୍‌ କାର୍ନିଭାଲ୍‌ରେ ଗୁଳିମାଡ଼ର ହୋଇ ଜଣେ ୮ ମାସର ଶିଶୁ ସମେତ ୩ଜଣଙ୍କ ମୃତ୍ୟୁ ହୋଇଛି। ୱେଷ୍ଟ ଭ୍ୟାଲି ସିଟି ପୁଲିସ ବିଭାଗ ପକ୍ଷରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’‌ରେ ଜାରି ସୂଚନାନୁଯାୟୀ ଦୁଇ ଗୋଷ୍ଠୀଙ୍କ ସହ ସମ୍ପର୍କ ନଥିବା ଓ ନିକଟରେ ଠିଆ ହୋଇଥିବା ୪୧ ବର୍ଷୀୟ ମହିଳା ଓ ତାଙ୍କର ୮ମାସର ଶିଶୁପୁତ୍ରଙ୍କ ଗୁଳିକାଣ୍ଡରେ ମୃତ୍ୟୁ ଘଟିଛି। ଏହା ସହ ଜଣେ ୧୭ ବର୍ଷୀୟ କିଶୋରୀ ଓ ୧୫ ବର୍ଷୀୟ କିଶୋରଙ୍କ ହାତରେ ଗୁଳି ବାଜିଛି। ଏହି ଦୁଇଜଣ ସଂଘର୍ଷରତ ଦୁଇ ଗୋଷ୍ଠୀଙ୍କ ସହ ସମ୍ପର୍କିତ କି ନୁହେଁ ସ୍ପଷ୍ଟ ହୋଇନାହିଁ। ପରବର୍ତ୍ତୀ ସୂଚନାରେ ଏହି ଗୁଳିକାଣ୍ଡରେ ୧୬ ବର୍ଷୀୟ ସନ୍ଦିଗ୍ଧ କିଶୋରକୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି। ଘଟଣା ସମ୍ପର୍କରେ ମିଳିଥିବା ସୂଚନାରେ, ରବିବାର ରାତି ପ୍ରାୟ ୯ଟା ୨୦ ମିନିଟ୍‌ରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ହୋଇଥିଲା। ବିବାଦ ରୋକିବାକୁ ପୁଲିସ ଯିବା ସମୟରେ ଗୋଟିଏ ଗୋଷ୍ଠୀର ଜଣେ ସଦସ୍ୟ ବନ୍ଧୁକ ବାହାର କରି ଆଖିବୁଜା ଗୁଳି ଚଳାଇଥିଲା। ପୁଲିସ ଅଭିଯୁକ୍ତକୁ ଲକ୍ଷ୍ୟକରି ଗୁଳି ଚଳାଇଥିଲା, କିନ୍ତୁ ଏହା ଲକ୍ଷ୍ୟ ଭ୍ରଷ୍ଟ ହୋଇଥିଲା। ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି।

Tags: