ଆମେରିକାରେ ଗଣଗୁଳିକାଣ୍ଡ , ୨୨ ମୃତ , ୬୦ ଆହତ

ୱାସିଂଟନ୍: ଆମେରିକାର ଲୁଇସଟନ୍ , ମେନ୍ ସହରରେ ଗଣଗୁଳିକାଣ୍ଡ ହୋଇ ୨୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆହୁରି ୬୦ ଜଣ ଆହତ ହୋଇଛନ୍ତି। ରବର୍ଟ କାର୍ଡ ନାମକ ଜଣେ ବ୍ୟକ୍ତି ଏହି ଗଣଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ। ଆମେରିକା ସେନାରେ ସେ ଅସ୍ତ୍ରଶସ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲା। ମାନସିକ ସ୍ବାସ୍ଥ୍ୟ ସମସ୍ୟା ପାଇଁ ସେ ଚିକିତ୍ସାଧୀନ ଥିଲା ଏବଂ ନିକଟରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲା। ବୁଧବାର ସନ୍ଧ୍ୟାରେ ସେ ଲୁଇସଟନ୍ ମେନ୍ ସହରର ବିଭିନ୍ନ ସ୍ଥାନରେ ଅଚାନକ […]

Samaya Live Picture
Published On

ୱାସିଂଟନ୍: ଆମେରିକାର ଲୁଇସଟନ୍ , ମେନ୍ ସହରରେ ଗଣଗୁଳିକାଣ୍ଡ ହୋଇ ୨୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆହୁରି ୬୦ ଜଣ ଆହତ ହୋଇଛନ୍ତି। ରବର୍ଟ କାର୍ଡ ନାମକ ଜଣେ ବ୍ୟକ୍ତି ଏହି ଗଣଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ। ଆମେରିକା ସେନାରେ ସେ ଅସ୍ତ୍ରଶସ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲା। ମାନସିକ ସ୍ବାସ୍ଥ୍ୟ ସମସ୍ୟା ପାଇଁ ସେ ଚିକିତ୍ସାଧୀନ ଥିଲା ଏବଂ ନିକଟରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲା। ବୁଧବାର ସନ୍ଧ୍ୟାରେ ସେ ଲୁଇସଟନ୍ ମେନ୍ ସହରର ବିଭିନ୍ନ ସ୍ଥାନରେ ଅଚାନକ ଲୋକଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲା। ବୋଲିଂ ଆଲି, ଏକ ରେସ୍ତୋରାଁ ଏବଂ ୱାଲମାର୍ଟ ଡିଷ୍ଟ୍ରିବୁସନ ସେଣ୍ଟରରେ ବିଭିନ୍ନ ସ୍ଥାନରେ ସେ ଗୁଳି ଚଳାଇଛି। ଉକ୍ତ ଘଟଣାରେ ୨୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆହତମାନେ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଅଭିଯୁକ୍ତ ରବର୍ଟ କାର୍ଡ ଏବେ ଫେରାର୍ ଅଛି। ପୁଲିସ ଅଭିଯୁକ୍ତର ଫଟୋ ଫେସବୁକ୍ରେ ପୋଷ୍ଟ୍ କରିଛି। ଅଭିଯୁକ୍ତ ସମ୍ପର୍କରେ ଖବର ପାଇଲେ ତୁରନ୍ତ ପୁଲିସରେ ଅବଗତ କରିବାପାଇଁ କୁହାଯାଇଛି।

Tags: