ଆମେରିକାରେ ଖଲିସ୍ତାନୀ ସମର୍ଥିତ ସ୍ଲୋଗାନ ଦ୍ବାରା ହିନ୍ଦୁ ମନ୍ଦିର ବିକୃତ

କାଲିଫର୍ଣ୍ଣିଆ : ଆମେରିକାର କାଲିଫର୍ଣ୍ଣିଆରେ ଏକ ହିନ୍ଦୁ ମନ୍ଦିରକୁ ଖଲିସ୍ତାନୀ ସମର୍ଥିତ ସ୍ଲୋଗାନ୍ ଦ୍ବାରା ବିକୃତ କରାଯାଇଛି । ନ୍ୟୁୟର୍କ ସହରରେ ଏହି ଘଟଣା ଘଟିଛି। ସ୍ବାମୀ ନାରାୟଣ ମନ୍ଦିରରେ ଖଲିସ୍ତାନୀ ସମର୍ଥିତ ସ୍ଲୋଗାନ୍ ଲେଖି ମନ୍ଦିରକୁ ବିକୃତ କରାଯାଇଛି। ହିନ୍ଦୁ ଆମେରିକୀୟ ଫାଉଣ୍ଡେସନ୍ ଦ୍ବାରା ଏକ୍ସରେ ଏହାର ଫଟୋ ସେୟାର କରାଯାଇଛି। ଏଥିରେ ମନ୍ଦିର କାନ୍ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ ବିରୋଧରେ ଘୃଣାପୂର୍ଣ୍ଣ ସ୍ଲୋଗାନ୍ ଦେଖିବାକୁ ମିଳିଛି। ଉକ୍ତ ଘଟଣାର ଏକ ଘୃଣା […]

Samaya Live Picture
Published On

କାଲିଫର୍ଣ୍ଣିଆ : ଆମେରିକାର କାଲିଫର୍ଣ୍ଣିଆରେ ଏକ ହିନ୍ଦୁ ମନ୍ଦିରକୁ ଖଲିସ୍ତାନୀ ସମର୍ଥିତ ସ୍ଲୋଗାନ୍ ଦ୍ବାରା ବିକୃତ କରାଯାଇଛି । ନ୍ୟୁୟର୍କ ସହରରେ ଏହି ଘଟଣା ଘଟିଛି। ସ୍ବାମୀ ନାରାୟଣ ମନ୍ଦିରରେ ଖଲିସ୍ତାନୀ ସମର୍ଥିତ ସ୍ଲୋଗାନ୍ ଲେଖି ମନ୍ଦିରକୁ ବିକୃତ କରାଯାଇଛି। ହିନ୍ଦୁ ଆମେରିକୀୟ ଫାଉଣ୍ଡେସନ୍ ଦ୍ବାରା ଏକ୍ସରେ ଏହାର ଫଟୋ ସେୟାର କରାଯାଇଛି। ଏଥିରେ ମନ୍ଦିର କାନ୍ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ ବିରୋଧରେ ଘୃଣାପୂର୍ଣ୍ଣ ସ୍ଲୋଗାନ୍ ଦେଖିବାକୁ ମିଳିଛି। ଉକ୍ତ ଘଟଣାର ଏକ ଘୃଣା ଅପରାଧ ଭାବେ ତଦନ୍ତ ହେବା ଉଚିତ ବୋଲି ଫାଉଣ୍ଡେସନ ପକ୍ଷରୁ ଦାବି ହୋଇଛି ଏବଂ ନ୍ୟୁୟର୍କ ପୁଲିସ ବିଭାଗ ଓ ଜଷ୍ଟିସ ସିଭିଲ ରାଇଟ୍ସ ଡିଭିଜନ୍ ବିଭାଗକୁ ଏନେଇ ଅବଗତ କରାଯାଇଛି ବୋଲି ଫାଉଣ୍ଡେସନ୍ ପକ୍ଷରୁ କୁହାଯାଇଛି। ଇତି ମଧ୍ୟରେ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଉକ୍ତ ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଏବଂ କହିଛନ୍ତି, ଉଗ୍ରପନ୍ଥୀ ଓ ବିଚ୍ଛିନତାବାଦୀଙ୍କୁ ଛଡ଼ାଯିବନି। ସାନ ଫ୍ରାନସିସ୍କୋ ସ୍ଥିତ ଭାରତୀୟ ଦୂତାବାଦ ମଧ୍ୟ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଛି। ତେବେ ପ୍ରଥମ ଥର ପାଇଁ ଆମେରିକାରେ ହିନ୍ଦୁ ମନ୍ଦିରକୁ ବିକୃତ କରାଯାଇଛି। ପୂର୍ବରୁ ମଧ୍ୟ ଅନେକ ଥର ଆମେରିକାରେ ଏଭଳି ଘଟଣା ଘଟଣା ଘଟିଛି।

Tags: